ଗେହ୍ଲାମୁଣ୍ଡାରେ ୨୯ ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ
କେନ୍ଦୁଝର, ୧୨ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମପଂଚାୟତର ଗେହ୍ଲାମୁଣ୍ଡାରେ ୨୯ ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଭଗାମୁଣ୍ଡା ଓ ଗେହ୍ଲାମୁଣ୍ଡା ଓ ଟମକା ଓ ବନ୍ଧୁ ଦଳ ମଧ୍ୟରେ ଖେଳ ହୋଇଥୂଲା। ଭାଗାମୁଣ୍ଡା ଗ୍ରାମ
ଗେହ୍ଲାମୁଣ୍ଡାରେ ୨୯ ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ


କେନ୍ଦୁଝର, ୧୨ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମପଂଚାୟତର ଗେହ୍ଲାମୁଣ୍ଡାରେ ୨୯ ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଭଗାମୁଣ୍ଡା ଓ ଗେହ୍ଲାମୁଣ୍ଡା ଓ ଟମକା ଓ ବନ୍ଧୁ ଦଳ ମଧ୍ୟରେ ଖେଳ ହୋଇଥୂଲା। ଭାଗାମୁଣ୍ଡା ଗ୍ରାମପଂଚାୟତର ସବୁ ଠାରୁ ବଡ ମକର ମେଳା ବୋଲି ପରିଚିତ। ୧୫ ତାରିଖ ଏଠାରେ ଅନେକ ପ୍ରକାରର ପ୍ରତିଯୋଗିତା ଦେଖୁବାକୁ ମିଳିଥାଏ ଓ କୁକୁଡ଼ା ଉଡା ଏଠାରେ ସବୁଠାରୁ ଆକର୍ଷଣ ଖେଳ। ୧୬ ଜାନୁୟାରୀରେ ଗ୍ରାଣ୍ଡ ଫାଇନାଲ ଦେଖିବାକୁ ମିଳିବ ବୋଲି ନିର୍ଦ୍ଧାରିତ ହୋଇଛି। ୧୫ ତାରିଖ ଦିନ ମୁଖ୍ୟ ଅତିଥ୍ ଭାବରେ ତେଲକୋଇ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଡକ୍ଟର୍ ଫକିର ମୋହନ ନାୟକ ଯୋଗଦେବେ ବୋଲି ଜଣାପଡିଛି। କ୍ଲବ୍ର ସଭାପତି ତରଣୀ ସେନ ମହାନ୍ତି ଓ ଗ୍ରାମର ସମାଜ ସେବୀ ନିତ୍ୟାନନ୍ଦ ନନ୍ଦ ମହାନ୍ତି, ଗୋପବନ୍ଧୁ ମହାନ୍ତି, ଜଳଧର ତନ୍ତୀ, ଯତୀନ୍ଦ୍ର ତନ୍ତୀ, ରଘୁନାଥ ମୁଣ୍ଡା, ରଙ୍ଗଲାଲ ମହାରଣା, ଅକ୍ଷୟ କୁମାର ମହାନ୍ତି, ୱାର୍ଡ଼ ମେମ୍ବର ଯତୀନ୍ଦ୍ର ମୁଣ୍ଡା ଏବଂ ଭଗାମୁଣ୍ଡା ଗ୍ରାମପଂଚାତର ବିଜେଡି ସଭାପତି ସୁମନ୍ତି ସେଠୀ ଓ ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ସହଯୋଗରେ ଏ ମକର ମେଳା ଅନୁଷ୍ଠିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande