
ଜୟପୁର, 12 ଜାନୁଆରି (ହି.ସ.)
ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ମାୟପୁର ଇସ୍କନ ପକ୍ଷରୁ ପବିତ୍ର ଭଗବଦଗୀତା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଜିଷ୍ଟାର ମହେଶ୍ବରନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ମାୟାପୁର ଧାମରୁ ଆସିଥିବା ଶ୍ରୀପାଦ ବ˚ଶୀ ଗେପିନାଥ ପ୍ରଭୁ , ମନୋରମ ଗୌର ଦାସ ଓ ଇସ୍କନ ଜୟପୁର ଶାଖର ଶ୍ୟାମାନନ୍ଦ ଦାସ ଓ ଘନଶ୍ୟାମ ଦାସ ଉପସ୍ଥିତ ରହି ପବିତ୍ର ଗ୍ରନ୍ଥ ଗୀତା ଉପରେ ଆଲୋକପାତ କରିଥିଲେ। ନିୟମିତ ଗୀତା ପାଠ ଦ୍ବାରା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ମାନସିକ, ଆଧ୍ୟାତ୍ମିକ ଓ ଶାରୀରିକ ବିକାଶ ସହ ଜଣେ ସୁ ନାଗରିକ ରୁପେ ଗଢିତୋଳିବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ଯୁକ୍ତ୨ଓଯୁକ୍ତ ୩ ଶ୍ରେଣୀର ୨୫୦ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୀନବନ୍ଧୁ ଅଗ୍ରଵାଲ, ଓମପ୍ରକାଶ ହଲାନ, ଅଶୋକ ଅଗ୍ରଵାଲ, ରାଜେଶ ତୋସନୀଵାଲ, ପ୍ରକାଶ ନାୟକ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ସହାୟତା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି