ଆଇଆଇଏମ୍ ସମ୍ବଲପୁରରେ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍‌
ସମ୍ବଲପୁର, ୧୨, ଜାନୁଆରୀ (ହି.ସ.) - ଭାରତର ପ୍ରମୁଖ ପରିଚାଳନା ଶିକ୍ଷା ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ଦ୍ୱାରା ଏକ୍ସିକ୍ୟୁଟିଭ୍ ଏମ୍‌ବିଏ (୨୦୨୫–୨୭) ଓ କାର୍ଯ୍ୟରତ ପେଶାଜୀବୀଙ୍କ ପାଇଁ ଏମ୍‌ବିଏ (୨୦୨୪–୨୦୨୬) ବ୍ୟାଚ୍ (ଦିଲ୍ଲୀ କେନ୍ଦ୍ର) ପାଇଁ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍ ଆୟୋଜନ କରାଯ
ଆଇଆଇଏମ୍ ସମ୍ବଲପୁରରେ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍


ଆଇଆଇଏମ୍ ସମ୍ବଲପୁରରେ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍


ସମ୍ବଲପୁର, ୧୨, ଜାନୁଆରୀ (ହି.ସ.) - ଭାରତର ପ୍ରମୁଖ ପରିଚାଳନା ଶିକ୍ଷା ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ଦ୍ୱାରା ଏକ୍ସିକ୍ୟୁଟିଭ୍ ଏମ୍‌ବିଏ (୨୦୨୫–୨୭) ଓ କାର୍ଯ୍ୟରତ ପେଶାଜୀବୀଙ୍କ ପାଇଁ ଏମ୍‌ବିଏ (୨୦୨୪–୨୦୨୬) ବ୍ୟାଚ୍ (ଦିଲ୍ଲୀ କେନ୍ଦ୍ର) ପାଇଁ ୫ ଦିନିଆ ସିଇଓ ଇମର୍ସନ୍ ପ୍ରୋଗ୍ରାମ୍ ଆୟୋଜନ କରାଯାଇଛି।

ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା - “କାର୍ଯ୍ୟର ଭବିଷ୍ୟତ ଓ ସ୍ୱଭାବ: ଦକ୍ଷତା, ସଂସ୍କୃତି ଓ ସସ୍ଥାୟୀତ୍ୱ”। ଏହି ବିଷୟବସ୍ତୁ ଆଧୁନିକ କାର୍ଯ୍ୟସ୍ଥଳର ପରିବର୍ତିତ ରୂପକୁ ପ୍ରତିବିମ୍ବିତ କରେ, ଯେଉଁଠାରେ ଭବିଷ୍ୟତ କେବଳ ପ୍ରଯୁକ୍ତି ଦ୍ୱାରା ନୁହେଁ, ବରଂ ଅବିରତ ବିକାଶଶୀଳ ଦକ୍ଷତା, ଅନୁକୂଳନଶୀଳ ସଂସ୍କୃତି ଓ ସ୍ଥାୟୀତ୍ୱ ଦ୍ୱାରା ଗଢ଼ାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଉଭୟ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଧାରା, ବ୍ୟବହାରିକ ଅନୁଭବ ଓ ନେତୃତ୍ୱ କୌଶଳ ସମ୍ପର୍କରେ ଶିଳ୍ପ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ଅବଗତ କରାଇବା।

ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍‌, ମୁଖ୍ୟ ଅତିଥି ଭାବେ ନାଲ୍କୋର ସିଏମ୍‌ଡି ବ୍ରଜେନ୍ଦ୍ର ପ୍ରତାପ ସିଂହ, ସମ୍ମାନିତ ଅତିଥି ଭାବେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍‌ର ନିର୍ଦ୍ଦେଶକ (ପରିଚାଳନା) କେଶବ ରାଓ ଓ ଆମାଜନ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ହେଡ୍ ଅଫ୍ କଷ୍ଟମର୍ ସୋଲୁସନ୍ସ ଏବଂ ସିଆଇଓ ଆଡଭାଇଜରୀ ବିସ୍ୱଜିତ ମହାପାତ୍ର ଉପସ୍ଥିତ ଥିଲେ। ପେୟୁ ପେମେଂଟର ସିଟିଓ ନରେନ୍ଦ୍ର ବାବୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ସ୍ୱାଗତ ଭାଷଣରେ ପ୍ରଫେସର ମହାଦେଓ ଜୟସ୍ୱାଲ୍ କହିଥିଲେ, “କାର୍ଯ୍ୟର ଭବିଷ୍ୟତ ‘୩ଡି ବିଘ୍ନ’ ଡିଜିଟାଲକରଣ, ଡିକାର୍ବନିକରଣ ଓ ବ୍ୟବସାୟର ଗଣତାନ୍ତ୍ରିକୀକରଣ ଦ୍ୱାରା ଗଢ଼ାଯିବ। ବିଶ୍ୱସ୍ତରରେ ସଂସ୍ଥାମାନେ ଗ୍ଲୋବାଲ୍ କ୍ୟାପାବିଲିଟି ସେଂଟର୍ (ଜିସିସି) ଆଧାରିତ ରୂପରେ ପୁନଃଗଠିତ ହେଉଛନ୍ତି ଏବଂ ଏହାର ୫୩ ପ୍ରତିଶତ ଭାରତରେ ଅବସ୍ଥିତ, ଯାହା ଦେଶକୁ ଗ୍ଲୋବାଲ୍ ବ୍ୟବସାୟର ଏକ କେନ୍ଦ୍ରବିନ୍ଦୁ କରିଛି। ସୂର୍ଯ୍ୟ, ପରମାଣୁ ଓ ଜୈବ ଶକ୍ତି ପରି ପରିଷ୍କାର ଶକ୍ତି କ୍ଷେତ୍ରରୁ ନୂଆ କାମ ଓ ନୂଆ ଦକ୍ଷତା ଉଦୟ ହେବ। ପାରମ୍ପରିକ ଯାନ ଶିଳ୍ପକୁ ବିଦ୍ୟୁତ ଯାନ ପ୍ରତିସ୍ଥାପିତ କରିବ ଓ ଭବିଷ୍ୟତରେ ପେଟ୍ରୋଲ ପମ୍ପର ସ୍ଥାନରେ ଚାର୍ଜିଂ ଷ୍ଟେସନ୍ ଦେଖାଯିବ।” ମୁଖ୍ୟ ଅତିଥି ବ୍ରଜେନ୍ଦ୍ର ପ୍ରତାପ ସିଂହ କହିଥିଲେ, “ଭବିଷ୍ୟତକୁ ଦେଖିବା କ୍ଷମତା ହେଉଛି ଟିକି ରହିବା ଓ ବିକାଶ ପାଇଁ ସବୁଠାରୁ ଆବଶ୍ୟକ ନେତୃତ୍ୱ ଦକ୍ଷତା, କାରଣ ପରିବର୍ତନ ଅନିବାର୍ଯ୍ୟ। ଯେଉଁ ସଂସ୍ଥାମାନେ ପରିବର୍ତନ ପରେ ପରିବର୍ତିତ ହୁଅନ୍ତି ସେମାନେ କେବଳ ଟିକି ରହନ୍ତି, ଯେଉଁମାନେ ପରିବର୍ତନ ସହ ପରିବର୍ତିତ ହୁଅନ୍ତି ସେମାନେ ସମୃଦ୍ଧି ପାଆନ୍ତି, କିନ୍ତୁ ଯେଉଁମାନେ ପରିବର୍ତନ ପୂର୍ବରୁ ପରିବର୍ତିତ ହୁଅନ୍ତି ସେମାନେ ନେତୃତ୍ୱ କରନ୍ତି।”ସଂସ୍ଥାର ସାମାଜିକ ପ୍ରତିବଦ୍ଧତା ଉପରେ ଆଲୋକ ପକାଇ ସମ୍ମାନିତ ଅତିଥି କେଶବ ରାଓ କହିଥିଲେ,

“ମାତ୍ର ଦଶ ବର୍ଷରେ ଏହି ପ୍ରତିଷ୍ଠାନ ସଂସ୍ଥା ଗଢ଼ିବାରେ ଅପାର ପରିଶ୍ରମ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ଶିକ୍ଷାଜଗତ, ଶିଳ୍ପ କ୍ଷେତ୍ର ଓ ସ୍ଥାନୀୟ ସମୁଦାୟ ସହ ଗଭୀର ସଂପୃକ୍ତି ଏହାକୁ ଏକ ସମଗ୍ର ବିକାଶ ମଡେଲ୍ ଦେଇଛି, ଯାହା ଲୋକମାନଙ୍କ ଆୟ ବୃଦ୍ଧି ଓ ଜୀବନ ଉନ୍ନତିରେ ସହାୟକ ହୋଇଛି ଏବଂ ମହିଳା ସଶକ୍ତିକରଣକୁ ମଧ୍ୟ ଗୁରୁତ୍ୱ ଦେଇଛି।” ସିଇଓ ଇମର୍ସନ୍ ପ୍ରୋଗ୍ରାମ୍ ଆଇଆଇଏମ୍ ସମ୍ବଲପୁରର ଏକ ମୁଖ୍ୟ ପ୍ରତିଷ୍ଠାନିକ ପଦକ୍ଷେପ, ଯାହା ଶିଳ୍ପ ନେତାମାନଙ୍କ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ସଂଲାପ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମଗୁଡ଼ିକ ଦକ୍ଷତା ବିକାଶ, ସଂସ୍କୃତି ଉନ୍ନତି ଓ ସସ୍ଥାୟୀ ବ୍ୟବସାୟ ପ୍ରଥା ମାଧ୍ୟମରେ ଭବିଷ୍ୟତର କାର୍ଯ୍ୟଜଗତକୁ ସମ୍ମୁଖୀନ କରିବା ପାଇଁ ରଣନୀତି ଅନ୍ୱେଷଣ କରେ।

ଏହି କାର୍ଯ୍ୟକ୍ରମରେ ଟେସ୍ଲା ଇଣ୍ଡିଆ, ୟୁନାଇଟେଡ୍ ବ୍ରୁୟରିଜ୍ ଟ୍ରେଡିଂ ଲିମିଟେଡ୍‌, ଡିଲୋଇଟ୍ ଡିଜିଟାଲ୍‌, ଟାଟା ବିଜନେସ୍ ଏକ୍ସିଲେନ୍ସ ଗ୍ରୁପ୍ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ପରି ସଂସ୍ଥାର ସିଇଓମାନେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande