କୁଡୁମୁଲୁଗୁମ୍ମା ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ
ମାଲକାନଗିରି, ୧୨ ଜାନୁଆରୀ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋହିତ ଅଭିଷେକ ଶତପଥୀ ଓ ରମେଶ ଚନ୍ଦ୍ର ରଥଙ୍କ ପୌରହିତ୍ୟରେ ଗ୍ରାମର ମହିଳାମାନେ ମୁଣ୍ଡରେ ଜଳ କଳସ ଧରି ଏକ ଶୋଭାଯାତ୍ରାରେ ନିକଟସ
କୁଡୁମୁଲୁଗୁମ୍ମା ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ


ମାଲକାନଗିରି, ୧୨ ଜାନୁଆରୀ (ହି.ସ.)- କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋହିତ ଅଭିଷେକ ଶତପଥୀ ଓ ରମେଶ ଚନ୍ଦ୍ର ରଥଙ୍କ ପୌରହିତ୍ୟରେ ଗ୍ରାମର ମହିଳାମାନେ ମୁଣ୍ଡରେ ଜଳ କଳସ ଧରି ଏକ ଶୋଭାଯାତ୍ରାରେ ନିକଟସ୍ଥ ନଦୀରୁ ଜଳ ଆଣି ମନ୍ଦିର ପରିସରରେ ସ୍ଥାପନ କରିଥିଲେ । ଏହାପରେ ପୁରୋହିତ ଦ୍ବୟଙ୍କ ବେଦମନ୍ତ୍ର, ଶ୍ଲୋକ ପଠନ, ବିବିଧ ପୁଜାର୍ଚ୍ଚନା , ଶ°ଖଧ୍ୱନୀ ଓ ହୁଳହୁଳିରେ ଗଗନ ପ୍ରକମ୍ପିତ ହୋଇଥିଲା। କର୍ତ୍ତା ସନ୍ତୋଷ କୁମାର ମହାନ୍ତି ଓ ଗ୍ରାମ ଦେବୀ ମନ୍ଦିରର ପୂଜକ ସାରଙ୍ଗଧର ରାଉତ ଓ ବୀର ପାତ୍ର ପ୍ରମୁଖ ଉକ୍ତ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅପରାହ୍ନ ୩ଟା ସମୟରେ ଦାତା ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶସ୍ୟ ଓ ରତ୍ନଧାତୁ ମାନ ଦାନ କରିଥିଲେ, ଯାହାକୁ ନବ ନିର୍ମିତ ମନ୍ଦିରର ଶିଖରରେ ଥିବା ରତ୍ନମୁଦରେ ସ୍ଥାପନ କରାଯାଇଥିଲା । ପରେ ପରେ ଗ୍ରାମ ବାସୀମାନେ ଆନନ୍ଦ ବଜାରରେ ମାଁ ଠାକୁରାଣୀଙ୍କ ଅନ୍ନ ପ୍ରସାଦ ପ୍ରାପ୍ତ କରିଥିଲେ ।

ଆଜିର ଏହି ପବିତ୍ର କାର୍ଯ୍ୟକ୍ରମକୁ ଗ୍ରାମର ନୀହାରକାନ୍ତ ଦାସ, ରମେଶ ଚନ୍ଦ୍ର ନେଲୁର୍, ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା, ଅକ୍ଷୟ କୁମାର ହୋତା,ସନ୍ତୋଷ ସ୍ୱାଇଁ, ଶିବାଜୀ ସ୍ୱାଇଁ, ଗୋପିନାଥ ଦାସ, କାହ୍ନୁ ଚରଣ ସାହାଣୀ, ନାଭିଦତ୍ତ ସାହାଣୀ, ଦେବେନ୍ଦ୍ର ରାଉତ, ଦିବାକର ସାହୁ, ବିଜୟ ପଟ୍ଟନାୟକ, ପ୍ରଭାକର ଜେନା, ରମାକାନ୍ତ ଧାକଡ, ୱ।ଇ. ଶ୍ରୀଧର ମୁର୍ତ୍ତୀ, ରାଜେନ୍ଦ୍ର ପାତ୍ର, ଅନୁପ କୁମାର ଦାସ, ସୁଭମ ସ୍ୱାଇଁ ଓ ଚିତ୍ତରଞ୍ଜନ ସାହୁ ପ୍ରମୁଖ ସ୍ବେଛାସେବୀ ଭାବେ ନିଜ ନିଜର ଦାୟିତ୍ଵ ତୁଲାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande