ହରିଚନ୍ଦନପୁର ଯାଦବ ସମିତି ନୂତନ କାର୍ଯ୍ୟକାରୀ କମିଟି ଗଠିତ
କେନ୍ଦୁଝର, 12 ଜାନୁଆରି (ହି.ସ.) କେନ୍ଦୁଝର ଜିଲ୍ଲା ଯାଦବ ମହାସଭାର ଆହ୍ଵାନ କ୍ରମେ ହରିଚନ୍ଦନପୁର ବ୍ଲକ ଯାଦବ ସମିତି ନୂତନ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ମନୋନୟନ ହୋଇଯାଇଅଛି। ପୂର୍ବତନ ସଭାପତି ଶୁକଦେବ ମହାକୁଡଙ୍କ ଅଧ୍ୟକ୍ଷତାରେ ଜଂଘିରା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭ
ହରିଚନ୍ଦନପୁର ଯାଦବ ସମିତି ନୂତନ କାର୍ଯ୍ୟକାରୀ କମିଟି ଗଠିତ


କେନ୍ଦୁଝର, 12 ଜାନୁଆରି (ହି.ସ.)

କେନ୍ଦୁଝର ଜିଲ୍ଲା ଯାଦବ ମହାସଭାର ଆହ୍ଵାନ କ୍ରମେ ହରିଚନ୍ଦନପୁର ବ୍ଲକ ଯାଦବ ସମିତି ନୂତନ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ମନୋନୟନ ହୋଇଯାଇଅଛି। ପୂର୍ବତନ ସଭାପତି ଶୁକଦେବ ମହାକୁଡଙ୍କ ଅଧ୍ୟକ୍ଷତାରେ ଜଂଘିରା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକର ୨୫ଗୋଟି ପଞ୍ଚାୟତର ଶତାଧିକ ଯାଦବ ଭାଇ ଭଉଣୀ ତଥା ବରିଷ୍ଠ ଯାଦବ ନେତୃବୃନ୍ଦ ଉପସ୍ଥିତ ହୋଇ ଥିଲେ ।କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟବେକ୍ଷକ ମଣ୍ଡଳୀର ସଭ୍ୟ ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସଂସ୍କୃତି ବିଭାଗ ଜିଲ୍ଲା ସଂଯୋଜକ ଦଶରଥ ବାରିକ, ମୁଖ୍ୟ ସଂଗଠନ ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ,କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ,ସଂଗଠନ ସମ୍ପାଦକ ରାଜକିଶୋର ବାରିକ ଓ ସଂସ୍କୃତି ବିଭାଗ ସମ୍ପାଦକ ପ୍ରମୋଦ କୁମାର ବେହେରା ଏହି ସଭାରେ ଯୋଗଦାନ କରିଥିଲେ।ଉପସ୍ଥିତ ଯାଦବ ଭାଇ ଭଉଣୀ ମାନଙ୍କ ପ୍ରସ୍ତାବ ଓ ଅନୁମୋଦନ କ୍ରମେ ଶୁକଦେବ ମହାକୁଡ ସଭାପତି,ନୁଠୁ ବାରିକ କାର୍ଯ୍ୟକାରୀ ସଭାପତି, ଲଛମନ ବାରିକ ଉପସଭାପତି, ରମାକାନ୍ତ ପରିଡା ସମ୍ପାଦକ, ପ୍ରଦ୍ୟୁମ୍ନ ଭିତିରିଆ ସହ ସମ୍ପାଦକ, ପାରେଶ୍ୱର ବେହେରା ସଂସ୍କୃତି ବିଭାଗ ସଭାପତି,ଅନିତା ବେହେରା ମହିଳା ମୋର୍ଚ୍ଚା ସଭାନେତ୍ରୀ,ସୁନିଲ କୁମାର ବାରିକ ଯୁବମୋର୍ଚ୍ଚା ସଭାପତି ଓ କୋଷାଧ୍ୟକ୍ଷ ରୁପେ ସନ୍ନ୍ତୋଷ ପରିଡ଼ାଙ୍କ ସହିତ ୫୧ସଭ୍ୟ ବିଶିଷ୍ଟ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା।ଆଚାର୍ଯ୍ୟ ଦାଶରଥି ପ୍ରଧାନ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇ ଆସନ୍ତା ଫେବୃଆରି ୪ତାରିଖରୁ ପାଞ୍ଚଦିନ ବ୍ୟାପି ହରି ବଂଶ ପୋଥି ପାରାୟଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅନୁରୋଧ କଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande