ବଜେଟ୍ ପୂର୍ବରୁ ଆର୍ଥିକ ଚ୍ୟାଲେଞ୍ଜ ଉପରେ ସରକାରଙ୍କୁ ସତର୍କ କରାଇଲେ ଜୟରାମ ରମେଶ
ନୂଆଦିଲ୍ଲୀ, ୧୨ ଜାନୁଆରୀ (ହି.ସ.)- ସଂସଦର ଆଗାମୀ ଅଧିବେଶନର କାର୍ଯ୍ୟସୂଚୀ ଘୋଷଣା ହେବା ପରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଦେଶର ଅର୍ଥନୀତି ସାମ୍ନାରେ ଥିବା ଗମ୍ଭୀର ଚ୍ୟାଲେଞ୍ଜଗୁଡ଼ିକ ଉପରେ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୬/୨୭ ଆର୍ôଥକ ବର୍ଷ ପାଇଁ ବଜେଟ୍ କୋଡ଼ିଏ ଦିନ ମଧ୍ୟରେ ଉପସ୍ଥ
ବଜେଟ୍ ପୂର୍ବରୁ ଆର୍ଥିକ ଚ୍ୟାଲେଞ୍ଜ ଉପରେ ସରକାରଙ୍କୁ ସତର୍କ କରାଇଲେ ଜୟରାମ ରମେଶ


ନୂଆଦିଲ୍ଲୀ, ୧୨ ଜାନୁଆରୀ (ହି.ସ.)- ସଂସଦର ଆଗାମୀ ଅଧିବେଶନର କାର୍ଯ୍ୟସୂଚୀ ଘୋଷଣା ହେବା ପରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଦେଶର ଅର୍ଥନୀତି ସାମ୍ନାରେ ଥିବା ଗମ୍ଭୀର ଚ୍ୟାଲେଞ୍ଜଗୁଡ଼ିକ ଉପରେ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୬/୨୭ ଆର୍ôଥକ ବର୍ଷ ପାଇଁ ବଜେଟ୍ କୋଡ଼ିଏ ଦିନ ମଧ୍ୟରେ ଉପସ୍ଥାପନ କରାଯିବ ଏବଂ ଏହା ନିସନ୍ଦେହରେ ୧୬ତମ ଅର୍ଥ କମିଶନଙ୍କ ସୁପାରିଶକୁ ପ୍ରତିଫଳିତ କରିବ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ସରକାର ବର୍ତମାନର ଅର୍ଥନୈତିକ ବାସ୍ତବତାକୁ ଗ୍ରହଣ କରନ୍ତି କି ନାହିଁ ।

ରମେଶ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ୧୬ତମ ଅର୍ଥ କମିଶନ ୧୭ ନଭେମ୍ବର ୨୦୨୫ ରେ ୨୦୨୬/୨୭ ରୁ ୨୦୩୧/୩୨ ପର୍ଯ୍ୟନ୍ତ ସମୟକୁ ନେଇ ଏହାର ରିପୋର୍ଟ ଦାଖଲ କରିଥିଲେ । ଏଥିରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଟିକସ ରାଜସ୍ୱର ବିଭାଜନ ଏବଂ ସେମାନଙ୍କ ମଧ୍ୟରେ ବଂଟନ ସମ୍ପର୍କରେ ସୁପାରିଶ ଅନ୍ତର୍ଭୁକ୍ତ । ମନରେଗାକୁ ଉଚ୍ଛେଦ କରିଥିବା ନୂତନ ଆଇନରେ କାର୍ଯ୍ୟକାରୀ ହୋଇଥିବା ୬୦:୪୦ ମୂଲ୍ୟ-ବଂଟନ ଫର୍ମୁଲା ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ପୂର୍ବରୁ ଚିନ୍ତିତ ଥିଲେ, କିନ୍ତୁ ଏବେ ଆହୁରି ଚିନ୍ତିତ ।

ସେ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ସବୁଠାରୁ ପ୍ରମୁଖ ତିନୋଟି ହେଉଛି: ଟିକସ ହ୍ରାସ ଏବଂ ଭଲ ଲାଭ ସତ୍ୱେ ଘରୋଇ କର୍ପୋରେଟ୍ ନିବେଶ ହାର ମନ୍ଥର ରହିଛି, ଘରୋଇ ସଂଚୟ ହାର ଦ୍ରୁତ ହ୍ରାସ ପାଇଛି, ଯାହା ନିବେଶ କ୍ଷମତାକୁ ସୀମିତ କରୁଛି ଏବଂ ସମ୍ପତି, ଆୟ ଏବଂ ବ୍ୟବହାର ସହିତ ଜଡ଼ିତ ଅସମାନତା ନିରନ୍ତର ଗଭୀର ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande