
ନୂଆପଡ଼ା,୧୨ ଜାନୁଆରୀ (ହି.ସ.)- ନୂଆପଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀଗଣ, ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଜାତୀୟ ଯୁବ ଦିବସ ପାଳନର ମହତ୍ତ୍ୱ, ନିଶାମୁକ୍ତ ଭାରତ ନିର୍ମାଣରେ ଯୁବଶକ୍ତିର ଭୂମିକା, ବାଲ୍ୟବିବାହମୁକ୍ତ ଭାରତ ଗଠନ, ପରିବେଶକୁ ସ୍ୱଚ୍ଛ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ କରିବା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଭିନ୍ନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ନିଶାମୁକ୍ତ ଭାରତ ଗଠନ ସମ୍ବନ୍ଧିତ ଏକ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ନୂଆପଡାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ