
ସମ୍ବଲପୁର, ୧୨ ଜାନୁଆରୀ (ହି.ସ.)- ଆଜି ବାମରା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୬୮ଟି ଆବେଦନ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୫୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ ୧୦ଟି ସମସ୍ୟା ଗ୍ରାମ୍ଯ ସମସ୍ୟା ସହିତ ଜଡିତ ଥିଲା । ରେଡକ୍ରସ ଅଧୀନରେ ୧ ଜଣଙ୍କୁ ୧୦, ୦୦୦ ଟଙ୍କା ପ୍ରଦାନ ସହାୟତା ରାଶି ବାବଦରେ କରାଗଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ