
ବଲାଙ୍ଗିର, ୧୨ ଜାନୁଆରୀ (ହି.ସ.)- ଟିଟିଲାଗଡ଼ ନିକଟସ୍ଥ କୁମୁଦିପଦର କୋଶଳେଶ୍ୱରୀ ମନ୍ଦିରରେ କୋଶଲି ମହାଜୋଟ, ଟିଟିଲାଗଡ଼ର ପୁଷପୁନି ଭେଟ୍ ମହାସମାରୋହରେ ପାଳିତ ହୋଇଯାଇଛି। ଟିକେଲାଲ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ମୁଖ୍ୟ ଅତିଥି, କବି ବିନୟ ଦାଶ ସମ୍ମାନିତ ଅତିଥି, ତହଁକ ଅନୁଷ୍ଠାନର ସମ୍ପାଦକ ରାଜେଶ ଦଣ୍ତସେନା, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ଡ. ନାରାୟଣ ମିଶ୍ର ଯୋଗଦାନ କରିଥିଲେ।
ସଭା ପ୍ରାରମ୍ଭରେ ମା କୋଶଳେଶ୍ଵରୀଙ୍କ ଭଜନ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ନିରାକାର ସାହୁ। ଏହି ସଭାରେ କବୟିତ୍ରୀ ପୁଷ୍ପାଞ୍ଜଳି ମେହେର ଓ ସାମ୍ବାଦିକ ସନ୍ତୋଷ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। କବିତା ଆସରରେ ଇଂ. ଗୋପାଳ ମେହେର ସଭାପତି ଥିବାବେଳେ କବି ମିଳନ ପଣ୍ଡା, ବୃନ୍ଦାବନ କୁମ୍ଭାର, ରାଜ ନାଗ, ଦିଲ୍ଲୀପ ପଶାୟତ, ଖୀରସିନ୍ଧୁ ବିଶି କବିତା ପାଠ କରିଥିଲେ। ସଂଯୋଜନା କରିଥିଲେ କବୟିତ୍ରୀ ସୁଷମା ବେହେରା, ପୁଷ୍ପାଞ୍ଜଳି ମେହେର, ଧନ୍ୟବାଦ ଅର୍ପଣ କରିଥିଲେ କବି ରାଜୀବ ପ୍ରସାଦ ଭୋଇ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ