ଲମତାପୁଟ ବସଷ୍ଟାଣ୍ଡ ଉଦଘାଟିତ
ଜୟପୁର, ୧୨ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଅଟଳ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି I ଏହି ବସଷ୍ଟାଣ୍ଡ ଉଦଘାଟନ ଅବସରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ୧.୨ ଏକର ବିସ୍ତୃତ ଏହ
ଲମତାପୁଟ ବସ ଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ


ଜୟପୁର, ୧୨ ଜାନୁଆରୀ (ହି.ସ.)- କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଅଟଳ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି I ଏହି ବସଷ୍ଟାଣ୍ଡ ଉଦଘାଟନ ଅବସରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ୧.୨ ଏକର ବିସ୍ତୃତ ଏହି ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି I ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି I ଦୁଇଟି ଗେଟ ପ୍ରବେଶ ଓ ପ୍ରସ୍ଥାନ

ପାଇଁ ଅଲଗା ଅଲଗା, ଦୁଇଟି ଟିକେଟ କାଉଣ୍ଟର, ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି I ବସଷ୍ଟାଣ୍ଡ ମଧ୍ୟରେ ୪ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, ଇଭି ଚାର୍ଜିଙ୍ଗ ଷ୍ଟେସନ, ଫାୟାର ଫାଇଟିଙ୍ଗ ସିଷ୍ଟମ, ୩ଟି ଷ୍ଟୋର ରୁମ, ଡିଜି ସେଟ, ପିଏ ସିଷ୍ଟମ ଘୋଷଣା କରିବା ପାଇଁ ରହିଛି I ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ବ୍ୟବସ୍ଥା ସହ ଆଇଡିଆଲ ପାର୍କିଂ ବ୍ୟବସ୍ଥା କରଯାଇଛି I ଏହି ବସଷ୍ଟାଣ୍ଡ ପ୍ରାୟ ୫୦ ହଜାର ଲୋକଙ୍କୁ ସୁବିଧା ଯୋଗାଇବା ସହ ୧୧୭ଟି ଗ୍ରାମ, ୧୧ଟି ଗ୍ରାମପଞ୍ଚାୟତକୁ ଉପକୃତ କରିବ I ବସଷ୍ଟାଣ୍ଡ ଉଦଘାଟନ ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ I ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଦୁଇ ଜଣ ହିତାଧିକାରୀଙ୍କ ସହ କଥା ହୋଇ ବସଷ୍ଟାଣ୍ଡର ଅତ୍ୟାଧୁନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ I ମହିଳା ହିତାଧିକାରୀ ସୁମିତ୍ରା ବେହେରା ବସଷ୍ଟାଣ୍ଡରେ ସିସି ଟିଭି ଲାଗିଥିବାରୁ ସୁରକ୍ଷିତ ମନେ କରୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଉ ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ବସଷ୍ଟାଣ୍ଡ ଉଦଘାଟନ ଦ୍ଵାରା ଲମତାପୁଟ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ I

ଅନ୍ୟମାନଙ୍କ ମଧ୍ୟରେ ଲମତାପୁଟ ପଞ୍ଚାୟତ ଅଦକ୍ଷ ତାପସ କୁମାର ଚାଲାଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ଲମତାପୁଟ ତହସିଲଦାର ଦିବାକର ବାଘ, ଆଞ୍ଚଳିକ ପରିଵହନ ଅଧିକାରୀ ରାଜେଶ ମାରାଣ୍ଡି, ଜିଲ୍ଲା ପରିବହନ ବିଭାଗର ପରିଚାଳକ ଅରଶ୍ରୀ ସାହୁ, ସହାୟକ ପରିଚାଳକ ପ୍ରକାଶ କୁମାର ନାୟକ, ବ୍ଲକ ସୁପରଭାଇଜର ସୁଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ମଞ୍ଚ ପରିଚାଳନା କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande