
ଜୟପୁର,୧୨ ଜାନୁଆରି (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକରଣ, ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଧେଶ ଅନୁଶାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ ଜୟପୁର ଆନୁକୂଲ୍ୟ ରେ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଙ୍କ ତତ୍ୱବଦାନରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସଭା ଗୃହ ଠାରେ ଜାତୀୟ ଯୁବ ଦିବସ ଅବସରରେ ନିଶା ମୁକ୍ତ ଭାରତ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତୀଥୀ ଭାବରେ ଶ୍ରୀ ବିଷ୍ଣୁ ପ୍ରସାଦ ଦେବତା ରେଜିଷ୍ଟ୍ରାର ସିଭିଲ କୋର୍ଟ ତଥା ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ଶ୍ରୀ ପ୍ରମୋଦ କୁମାର ଦାଶ ଚିଫ୍ ଲିଗାଲ ଏଡ ଡିଫେନ୍ପ କାଉନସେଲ, ଡକ୍ଟର ବି. ଜୟବାବୁ ଜିଲ୍ଲା ଚିକିତ୍ସା ଅଧିକାରୀ ଜୟପୁର, ଶ୍ରୀ ବିର଼ଂଚି ନାରାୟଣ ଜଗତ ପୋଲିସ ଉପ-ଅଧିକ୍ଷକ କୋରାପୁଟ, ନକ୍ଷତ୍ର ଭୁଷଣ ନାୟକ ଔଷଧ ପରିଦର୍ଶକ ଜୟପୁର, ଶ୍ରୀ କେ ଦିବାକର ରାଓ, ହରିଶ୍ଚନ୍ଦ୍ର ମୁଦୁଲା, ଡେପୁଟି ଲିଗାଲ ଏଡ ଡିଫେନ୍ସ କାଉନସେଲ ଏବଂ ଶ୍ରୀମତୀ ଗ୍ରସୀ ମଲ ବାଗ୍ ଜିଲ୍ଲା ସଂଯୋଜକ ଓଡ଼ିଶା ଜୀବିକା ମିଶନ କୋରାପୁଟ ଯୋଗଦେଇଥିଲେ। ନାଲସା (ଊଇଡଘ - ଡ୍ରଗ୍ସ ସଚେତନତା ଏବଂ ସୁସ୍ଥତା ନେଭିଗେସନ୍ - ଡ୍ରଗ୍ ଫ୍ରି ଇଣ୍ଡିଆ ପାଇଁ) ଯୋଜନା, ୨୦୨୫, ନ୍ୟାୟ ପାଇବା ସୁନିଶ୍ଚିତ କରିବା, ଆଇନଗତ ସଚେତନତା ପ୍ରସାର କରିବା ଏବଂ ଡ୍ରଗ୍ସ ଅପବ୍ୟବହାରର ଶିକାର ହୋଇଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ଜିଲ୍ଲା ସ୍ତରରେ ୟୁନିଟ୍ ପ୍ରତିଷ୍ଠା କରି ଏକ ବ୍ୟାପକ ପଦ୍ଧତି ଗ୍ରହଣ କରେ, ଯାହା ଦ୍ୱାରା ଏକ ସୁସ୍ଥ, ସୁରକ୍ଷିତ ଏବଂ ଡ୍ରଗ୍ସ ମୁକ୍ତ ପାଇଁ ପଥ ପ୍ରଶସ୍ତ ହୁଏ ବୋଲି ମଂଚାସିନ ଅତିଥି ଗଣ ସଚେତନତା ବାର୍ତା ମଧ୍ୟରେ ପରିପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି