
ଘଟଗାଁ ୧୨ ଜାନୁଆରୀ( ହିସ) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜନ୍ମ ମାସରେ ମଦନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା
ପୃଥିରାଜ୍ କୁଅଁରଙ୍କ ସଂଯୋଜନା ରେ ଆୟୋଜିତ ମେଗା ରକ୍ତ ଦାନ ଶିବିର କୁ ଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦ ର ଗଣେଶ୍ୱର ସାହୁ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି ।
ଉକ୍ତ ରକ୍ତଦାନ ଶିବିର କୁ ଡାକ୍ତର ଗୀତା ସ୍ୱାଗତିକା ସାହୁ-ସେବୀକା ସସ୍ମିତା ଦେହୁରୀ , ସୁଦର୍ଶନ ବେହେରା, ରମାକାନ୍ତ ମହାନ୍ତି,ପିଙ୍କୁନ କୁମାର ଚଙ୍କା, ମଙ୍ଗୁଳି ଚରଣ ସାହୁ, ହାଡ଼ିବନ୍ଧୁ ସୁବୁଧି, ଅଶୋକ କୁମାର ସୁର, ପୂର୍ଣ୍ଣ ଚନ୍ଦ୍ର ମାଝି ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଉକ୍ତ ରକ୍ତଦାନ ଶିବିରକୁ ଦେଓଗାଁ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶୋକ ସାହୁ, ଭରତ କୁମାର ମିଶ୍ର , ସ୍ୱଦେଶ ପ୍ରିତମ ସ୍ୱାଇଁ, ମାନସ ଆଚାର୍ଯ୍ୟ, ନୀଳାଚଳ ବେହେରା, ପ୍ୟାରୀମୋହନ ବାରିକ, ମଳୟ କୁମାର ପଣ୍ଡା, ଗୋଲଖ ନାହକ, ଚତୁର୍ଭୁଜ ମୁର୍ମୁ ,ସୁଧାଂଶୁ କୁଅଁର ,ବିଶ୍ୱରଂଜନ କୁଅଁର, ସୁରଥ ଚନ୍ଦ୍ର ସା,ବିଶିକେଶନ ଜେନା, ସୁନୀଲ କୁମାର ସେଠୀ, ବେଦ ପ୍ରକାଶ କୁଅଁର, ସଂଜୟ ଦେହୁରୀ, ଅଜୟ କୁଅଁର ନାଣୟଣ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ