ଏମ୍‌.ଏସ୍ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଗ୍ରାମ ସଚେତନତା କାର୍ଯ୍ୟକ୍ରମ
ଜୟପୁର,୧୨ ଜାନୁଆରି (ହି.ସ.) - ଜୟପୁରସ୍ଥିତ ଏମ.ଏସ୍‌. ସ୍ୱାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ଲମତାପୁଟ ବ୍ଲକର ଗୋଡିହଞ୍ଜର ଗ୍ରାମରେ ଏକ ଗ୍ରାମ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୋଷଣ, ମାତୃ ଓ ଶିଶୁ ସେବା ସମ୍ପର୍କିତ ସଚେ
ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଗ୍ରାମ ସଚେତନତା କାର୍ଯ୍ୟକ୍ରମ


ଜୟପୁର,୧୨ ଜାନୁଆରି (ହି.ସ.) - ଜୟପୁରସ୍ଥିତ ଏମ.ଏସ୍‌. ସ୍ୱାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ଲମତାପୁଟ ବ୍ଲକର ଗୋଡିହଞ୍ଜର ଗ୍ରାମରେ ଏକ ଗ୍ରାମ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୋଷଣ, ମାତୃ ଓ ଶିଶୁ ସେବା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। ଏମ୍‌.ଏସ୍ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଏବଂ ଗେଟ୍ସ୍ ଫାଉଣ୍ଡେସନ୍ ସହଯୋଗରେ ଏହି ପ୍ରକଳ୍ପରେ ଲମତାପୁଟ ବ୍ଲକ ର ପ୍ରାୟ ୧୫୦ ଜଣ ଗୋଷ୍ଟି ଚାମ୍ପିୟନ ବା ଗାଗଡ଼ ସାଥିଙ୍କୁ ତାଲିମ ଦିଆ ଯାଇଅଛି । ପ୍ରଶିକ୍ଷିତ ଗାଗଡ଼ ସାଥିମାନେ ଯଥା ପାୟାଲ ଖରା, ରସମିତା ଗାଡଙ୍ଗ, ରସମିତା ଖିଲୋ, ଲକ୍ଷ୍ମୀ ସିଶା ଏବଂ ପ୍ରକଳ୍ପ କର୍ମଚାରୀ ପୁଷ୍ପା ଖରାଙ୍କ ସହଯୋଗରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ସମାଜିକ ବିଷୟ ଉପସ୍ଥାପନ କରାଯାଇଥିଲା। ନାଟକ ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ, ଗର୍ବବତୀ ମହିଳା ମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଂଚ, ଶିଶୁର ପୋଷଣ, ସ୍ୱଚ୍ଛତା ଓ ସରକାରୀ ଯୋଜନାଗୁଡ଼ିକର ଗୁରୁତ୍ୱ ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୁଷ, ମହିଳା ଓ କିଶୋର-କିଶୋରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଭାଷା ଓ ସରଳ ଶୈଳୀରେ ନାଟକ ପ୍ରଦର୍ଶନ ହେବାରୁ ଗ୍ରାମବାସୀମାନେ ବିଷୟଗୁଡ଼ିକୁ ସହଜରେ ବୁଝିପାରିଥିଲେ। ଏମ.ଏସ୍‌. ସ୍ୱାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ର ପ୍ରତିନିଧିମାନେ କହିଥିଲେ ଯେ ଏପରି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମସ୍ତରରେ ସକାରାତ୍ମକ ପରିବର୍ତନ ଆଣିବା ସମ୍ଭବ ହେବ ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ ଆହୁରି ଗ୍ରାମରେ ଆୟୋଜନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande