ମୁଁଆ ଗାଁ ନିକଟରେ ବୈତରଣୀ ନଦୀକୁ ଧସିଲା ସୁରକ୍ଷା ବନ୍ଧ, ନଦୀ ଗର୍ଭକୁ ଚାଲିଗଲା ଶହଶହ ବର୍ଷର ବଡ଼ବଡ଼ ଗଛ, ୨ଶହ ପରିବାର ଆତଙ୍କିତ
ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ମୁଁଆ ଗାଁ ନିକଟରେ ବୈତରଣୀନଦୀ କୂଳ ଲଙ୍ଘିବାରୁ ନଦୀର ସୁରକ୍ଷା ବନ୍ଧର ବଡ଼ବଡ଼ ଅତଡା ଖଣ୍ଡ ଖସିବା ସହ ୩୦ଫୁଟରୁ ଉର୍ଦ୍ଧ ନଦୀବନ୍ଧ ନଦୀ ଗର୍ଭକୁ ଚାଲି ଯାଇଥିବାରୁ ନଦୀକୂଳକୁ ଲାଗି ଥିବା ଶହଶହ ବର୍ଷର ବଡ଼ବଡ଼ ଗଛ ନଦୀକୁ ଚାଲିଯାଇଛି। ତାହା ସ
MUAN - BAITARANI NADI SURAKHYA BANDHA DHASILA


ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ମୁଁଆ ଗାଁ ନିକଟରେ ବୈତରଣୀନଦୀ କୂଳ ଲଙ୍ଘିବାରୁ ନଦୀର ସୁରକ୍ଷା ବନ୍ଧର ବଡ଼ବଡ଼ ଅତଡା ଖଣ୍ଡ ଖସିବା ସହ ୩୦ଫୁଟରୁ ଉର୍ଦ୍ଧ ନଦୀବନ୍ଧ ନଦୀ ଗର୍ଭକୁ ଚାଲି ଯାଇଥିବାରୁ ନଦୀକୂଳକୁ ଲାଗି ଥିବା ଶହଶହ ବର୍ଷର ବଡ଼ବଡ଼ ଗଛ ନଦୀକୁ ଚାଲିଯାଇଛି। ତାହା ସହ ନଦୀକୁ ଲାଗିକରି ଥିବା ଗାଁର ନିତିଦିନିଆ ଯାତାୟାତ ରାସ୍ତାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୨ଶହ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଥିସହ ମାଛ ଧରୁଥିବା ପରିବାରଙ୍କର ଡଙ୍ଗା ଏବେ ଅସୁରିକ୍ଷିତ ଭାବେ ନଦୀକୂଳରେ ରହିଛି। ଏଥିପ୍ରତି ଜଳସମ୍ପଦ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ନଦୀବନ୍ଧ ସୁଦୃଢ କରିବାକୁ ଗାଁ ଲୋକ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande