ରାସ୍ତାରେ କ୍ୟାମେରା ଚାଲାଣରେ ଚାଳକ ଅତିଷ୍ଠ
ଧର୍ମଶାଳା,୧୨ଜାନୁଆରୀ(ହି.ସ.) - ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଲଗାଯାଇଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଅଜଥାରେ ଚାଲାଣ କଟୁଥିବା ନେଇ ଗାଡି ଚାଳକ ଓ ମାଲିକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । କେତେବେଳେ ରାସ୍ତାର କେଉଁ ସ୍ଥା
ରାସ୍ତାରେ କ୍ୟାମେରା ଚାଲାଣରେ ଚାଳକ ଅତିଷ୍ଠ


ଧର୍ମଶାଳା,୧୨ଜାନୁଆରୀ(ହି.ସ.) - ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଲଗାଯାଇଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଅଜଥାରେ ଚାଲାଣ କଟୁଥିବା ନେଇ ଗାଡି ଚାଳକ ଓ ମାଲିକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । କେତେବେଳେ ରାସ୍ତାର କେଉଁ ସ୍ଥାନରେ ଚାଲାଣ କଟୁଛି ତାହା ଗାଡିମାଲିକଙ୍କ ମୋବାଇଲରେ ମ୍ୟାସେଜ ଆସିବା ପରେ ଜଣାପଡୁଛି । ଏଭଳି ସମସ୍ୟା ଯୋଗୁଁ ଏବେ ରାସ୍ତାରେ ଗାଡି ଚଳାଇବା ଚାଳକମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ସାଧାରଣତଃ କାର ଗୁଡିକ ରାସ୍ତାରେ ୮୦ରୁ ୧୦୦ କିଲୋମିଟର ବେଗରେ ଚାଲିବାର ସରକାରୀ ନିୟମ ରହିଛି । ସରକାରଙ୍କ ଦ୍ୱାରା ପ୍ରଦତଃ ବେଗରେ କାର ଚାଲିଲେ ମଧ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ମନଇଛା ଚଲାଣ କଟୁଛି । ଯାହା ଫଳରେ ଜଣେ ସାଧାରଣ ଲୋକେ କାରରେ କୌଣସି ସ୍ଥାନକୁ ଯିବାକୁ ନିରାପଦ ମଣୁନାହାନ୍ତି । ଗାଡି ଗୁଡିକର ଇନ୍ସୁରାନ୍ସ. ଫିଟନେସ, ପାଲ୍ୟୁସନ ସାର୍ଟିଫିକେଟ ଠିକଥିବା ବେଳେ ଗାଡିର ବେଗ ଆବଶ୍ୟକ ହିସାବରେ ରହି ମଧ୍ୟ ଅନେକ ସମୟରେ ଚାଲଣ କଟୁଥିବା ଘଟଣା ନଜରକୁ ଅସୁଛି । ଏଥିପ୍ରତି ବିଭାଗ ସଚେତନ ହେବାର ଆବଶ୍ୟକତା ରହିଛି । ତେବେ ବେଆଇନ ଓ ଅନାବଶ୍ୟକ ଭାବେ ଚାଲାଣ କାଟିବାର ମୁଖ୍ୟ କାରଣ ହେଉଛି, କ୍ୟାମେରା ଅପରେସନ ସ୍ଥାନରେ ବସୁଥିବା ଅପରେଟର ତଥା କର୍ମଚାରୀମାନଙ୍କ ଉପରେ ଚାଲାଣ କାଟିବା ପାଇଁ ଏକ ଟାର୍ଗେଟ ରହୁଛି । ଏହି ଟାର୍ଗେଟ ପୂରଣ କରିବା ଲାଗି ଅପାରେଟରମାନଙ୍କ ନଜରକୁ ଯେଉଁ ଗାଡି ଗୁଡିକ କ୍ୟାମେରାରେ ଆସୁଛି ଯାହାର କୌଣସି ଭୁଲ ଥାଇ ମଧ୍ୟ ସେମାନେ ଚାଲାଣ କାଟି ନିଜର ଦାୟିତ୍ୱ ସାରିଦେଉଛନ୍ତି । ଏଭଳି ଅବସ୍ଥାରେ ଜଣେ ଗାଡିମଲିକ କି ହୀନସ୍ତା ଭୋଗୁଛି ତାହା ଯିଏ ଅଙ୍ଗେ ନିଭାଉଛି ସେହିଁ ଜାଣୁଛି । ଏଥିଲାଗି ଉଚ୍ଚ ପଦବୀରେ ଏସି ରୁମରେ ବସୁଥିବା ଅଧିକାରୀମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି । ନଚେତ ଏହାର ପରିଣାମ ସରକାରଙ୍କୁ ହିଁ ଭୋଗିବାକୁ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande