ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ଆନନ୍ଦପୁର କଲେଜର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, 12 ଜାନୁଆରି (ହି.ସ.) ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ଅବସରରେ ଅସ୍ପାୟାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ଆନନ୍ଦପୁର କଲେଜର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସାଂସଦ ଅନନ୍ତ ନାୟକ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ
National youth day celebration


କେନ୍ଦୁଝର, 12 ଜାନୁଆରି (ହି.ସ.)

ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ଅବସରରେ ଅସ୍ପାୟାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ଆନନ୍ଦପୁର କଲେଜର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସାଂସଦ ଅନନ୍ତ ନାୟକ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରା ଯୁବପିଢ଼ିଙ୍କୁ ଦେଶ ଓ ସମାଜ ଗଢ଼ିବାରେ ପ୍ରେରଣା ଦେଉ ଏହି କାମନା କରିଥଲେ।

ଏହି ଅବସରରେ ନଗର ପରିକ୍ରମା, ସାମୂହିକ ବନ୍ଦେ ମାତରଂ ଗାନ ସହିତ ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande