ନିଳକଣ୍ଠେଶ୍ବର ମନ୍ଦିରରେ ରୁଦ୍ରାଭିଷେକ
ଗଞାମ, ୧୨ ଜାନୁଆରୀ (ହି.ସ.)- ବିଶ୍ୱ କଲ୍ୟାଣ ଓ ସମଗ୍ର ମାନବ ଜାତିର ଶାନ୍ତି ସହାବସ୍ଥାନ ନିମନ୍ତେ ପାତ୍ର ହସ୍ପିଟାଲ ତରଫରୁ ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ପୀଠରେ ରୁଦ୍ରାଭିଷେକ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ହସ୍ପିଟାଲର ଅଧିକ୍ଷକ ଡାକ୍ତର ସଙ୍କର୍ଷଣ ପାତ୍ର
ନିଳକଣ୍ଠେଶ୍ବର ମନ୍ଦିରରେ ରୁଦ୍ରାଭିଷେକ


ଗଞାମ, ୧୨ ଜାନୁଆରୀ (ହି.ସ.)- ବିଶ୍ୱ କଲ୍ୟାଣ ଓ ସମଗ୍ର ମାନବ ଜାତିର ଶାନ୍ତି ସହାବସ୍ଥାନ ନିମନ୍ତେ ପାତ୍ର ହସ୍ପିଟାଲ ତରଫରୁ ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ପୀଠରେ ରୁଦ୍ରାଭିଷେକ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ହସ୍ପିଟାଲର ଅଧିକ୍ଷକ ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସମରେନ୍ଦ୍ର ସାହୁ, ପ୍ରଭାକର ପାତ୍ର, ଭାସ୍ୱତୀ ପଣ୍ଡା, ପ୍ରିୟଙ୍କା ପାଢ଼ୀ, ଭିଷ୍ମାଚାର୍ଯ୍ୟ ଚ‍ୌଧୁରୀ, ପ୍ରଶାନ୍ତ ମହାପାତ୍ରଙ୍କ ସମେତ ଅର୍ଜୁନ ହସ କ୍ଲବର ସମସ୍ତ ସଦସ୍ୟ ଓ ବହୁ ଶୈବ ଭକ୍ତ ଯୋଗଦେଇଥିଲେ |

ଏହି କାର୍ଯ୍ୟକ୍ରମକୁ ପାତ୍ର ହସ୍ପିଟାଲର ମୁଖ୍ୟ ପରିଚାଳିକା ଶ୍ରୀମତୀ ଜୟନ୍ତୀ ପାତ୍ର ଓ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande