
ଜୟପୁର, ୧୨ ଜାନୁଆରୀ (ହି.ସ.)- କୋରାପୁଟ ଜିଲାରେ ଡ୍ରପ ଆଉଟ ହାର ଉଦବେଗଜନକ ସ୍ଥିତିରେ ରହିଛି l କୋରାପୁଟ ଜିଲ୍ଲାରେ ୭ ରୁ ୧୮ ବର୍ଷ ବୟସ ମଧ୍ୟରେ ଡ୍ରପ ଆଉଟ ୧୭୯୨୩ l ସେଥି ମଧ୍ୟରୁ ୧୯ମୃତ, ବୟସ୍କ ୮୧୮, ନକଲି ୮୨୦। ଏହି ସଂଖ୍ୟାରେ ସର୍ବାଧିକ ଡ୍ରପ ଆଉଟ ରହିଛି ବୈପାରୀଗୁଡା ବ୍ଲକରେ। ଗତ ସେପ୍ଟେମ୍ବରରେ ଦ୍ରପ ଡ୍ରପଆଉଟ୍ ଥିଲା ୧୯ ହଜାରରୁ ଅଧିକ l ସେହିପରି ରାୟଗଡା ୮୧ତମ ଜିଲ୍ଲା ପରିଷଦ ବୈଠକର ସୂଚନା ଅନୁସାରେ l ରାୟଗଡ଼ା ଜିଲ୍ଲାରୁ ଅଧାରୁ ପାଠ ଛାଡିଥିବା ସଂଖ୍ୟା ୧୨ ହଜାର୫୩୮ ଜଣରୁ ବିଦ୍ୟାଳୟ ଯାଇନଥିବା ସଂଖ୍ୟା ୫ ହଜାର ୩୮୬ ସମୁଦାୟ ୧୭୯୨୪ lଶିକ୍ଷା ବିଭାଗର ନିର୍ଦ୍ଦେଶ ପରେ ପ୍ରତ୍ୟେକ ଗାଁ ଗାଁ କୁ ଯାଇ ସଚେତନ କରୁଥିବା ଜିଲ୍ଲା ଶିକ୍ଷା ବିଭାଗ କହୁଥିବା ବେଳେ ବାସ୍ତବିକ ସେମିତି କିଛି ଦେଖିବାକୁ ମିଳୁନାହିଁ। କେଉଁଠି ପାଠ ପଢା ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ତ ଆଉ କେଉଁଠି ଅଧାରୁ ପାଠ ଛାଡ଼ି ବାଲ୍ୟବିବାହ କରୁଥିବା ଓ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି l ସେହିପରି ନବରଙ୍ଗପୁର: ଜିଲ୍ଲାରେ ୨୦୨୩ ମସିହାରେ ମାଟ୍ରିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲା ଡ୍ରପଆଉଟ ରେ ପ୍ରଥମ ରହିଥିଲା ବେଳେ ଧୀରେ ଧୀରେ ଡ୍ରପ ଆଉଟ ସଂଖ୍ୟା କମିବାରେ ଲାଗିଛି l୨୦୨୩ ମସିହାରେ ୯୬୩ ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇଥିବା ଚି଼ହ୍ନଟ ହୋଇଥିବା ବେଳେ ୨୦୨୪ ମସିହାରେ ୮୭୫ ଓ ୨୦୨୫ ମସିହାରେ ୫୮୭ ରହିଛି l ନବରଙ୍ଗପୁର ଶିକ୍ଷା ବିଭାଗ ତରଫରୁ ୨୦୨୪ ମସିହାରେ ଘରକୁ ଘର ଶିକ୍ଷକ ମାନେ ଯାଇ ୩୧୦୦ ପିଲାଙ୍କୁ ବିଭିନ୍ନ ସ୍କୁଲ, ଏସଆଇଓଏସ କିମ୍ବା ଏନଆଇଓଏସରେ ନାମ ଲେଖାଇଥିବା ବେଳେ ବର୍ତମାନ ସୁଦ୍ଧା (୨୦୨୫/୨୬ ଶିକ୍ଷା ବର୍ଷ ରେ ) ଏହାର ସଂଖ୍ୟା ବଢ଼ି ୪୩୦୦ ପିଲା ନାମ ଲେଖାଇଛନ୍ତି l ବର୍ତମାନ ଜିଲ୍ଲାରେ ଡ୍ରପ ଆଉଟ କମାଇବା ପାଇଁ Mega Enrollment Drive(ମେଗା ଏନରୋଲମେଣ୍ଟ ଡ୍ରାଇଭ) କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ମାନେ ଘରକୁ ଘର ଯାଇ ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ଚେଷ୍ଟା କରୁଛନ୍ତି l ଜିଲ୍ଲାରେ ଥିବା ୧୪ ବର୍ଷରୁ ୧୮ ବର୍ଷର ପିଲା ମାନଙ୍କୁ ମାଗଣାରେ ଏସଆଇଓଏସ (ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ) ଓ ଏନଆଇଓଏସ (ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ) ରେ ଭର୍ତି କରାଯାଉଛି l ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ଅଧିକ ଥିବାରୁ ବାଳିକାମାନେ ପାଠ ନ ପଢ଼ି ବିବାହ କରୁଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢ଼ୁଥିବା ସହ ଅଧିକାଂଶ ସ୍କୁଲ ପିଲା ବାପା, ମାଆଙ୍କୁ ସାହାଯ୍ୟ କରିବା ପାଇଁ ଜମି ସହ ଅନ୍ୟଠି କାମ କରୁଛନ୍ତି ଓ କିଛି ଦାଦନ ଖଟିବାକୁ ମଧ୍ୟ ବାହାର ରାଜ୍ୟକୁ ଯାଉଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢୁଥିବା ଆଶଙ୍କା କରାଯାଉଛି l ମାଲକାନଗିରି ଜିଲ୍ଲାରେ ପ୍ରାୟ ୮000 ଛାତ୍ର ଛାତ୍ରୀ ଡ୍ରପ ଆଉଟ୍ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ପ୍ରାୟ ୩000 ଛାତ୍ର ଛାତ୍ରୀ ପୁଣି ସ୍କୁଲ ଫେରାଇ ଅଣାଯାଇଛି। ୧୪ ବର୍ଷରୁ ଅଧିକ ପିଲା ମାନେ ଜିଲ୍ଲା ବାହାରକୁ ଚାଲି ଯାଇଥିବାରୁ ସେମାନଙ୍କୁ ଯୋଗାଯୋଗ କରାଯାଉଛି। ଏହି ଅଭିଯାନ ଏବେବି ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି