ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କର ଶପଥ ଗ୍ରହଣ ସମାରୋହ
ବଲାଙ୍ଗିର, 12 ଜାନୁଆରି (ହି.ସ.) ଆଜି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠାନର ନର୍ସିଂ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିର ମୂଳ ସ୍ଲୋଗାନ ଥିଲା, ଦୟା ସହିତ ଯତ୍ନ ନେବା ଏବଂ ସମର୍ପଣ ସହିତ ଆରୋଗ୍ୟ କରିବା (CARING WITH COMP
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କର ଶପଥ ଗ୍ରହଣ ସମାରୋହ


ବଲାଙ୍ଗିର, 12 ଜାନୁଆରି (ହି.ସ.)

ଆଜି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠାନର ନର୍ସିଂ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିର ମୂଳ ସ୍ଲୋଗାନ ଥିଲା, ଦୟା ସହିତ ଯତ୍ନ ନେବା ଏବଂ ସମର୍ପଣ ସହିତ ଆରୋଗ୍ୟ କରିବା (CARING WITH COMPASSION AND HEALING WITH DEDICATION. ) ଉତ୍ସବଟି ଅନୁଷ୍ଠାନର ବି.ଏସ୍‌. ସି. ନର୍ସିଂ ପ୍ରଥମ ବର୍ଷ ଓ ଜି.ଏନ୍‌.ଏମ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଥିଲା । ଉତ୍ସବରେ ପ୍ରଥମେ ମୁଖ୍ୟ ଅତିଥି ଡ଼. ସଚଳା ଭୋଇ (ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ, ଚକ୍ଷୁ ରୋଗ ବିଭାଗ, ଭୀମସାର ମେଡିକାଲ କଲେଜ, ବଲାଙ୍ଗିର)ଙ୍କ ଦ୍ୱାରା ଦୀପ ପ୍ରଜ୍ୱଳିତ ହୋଇଥିଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଉତ୍ସବରେ ପ୍ରଥମେ ଅଧ୍ୟାପିକା ଶ୍ରୀମତୀ ତେଜସ୍ୱିନୀ ମହାପାତ୍ରଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଈଶା ଓ ଅଧ୍ୟାପକା ମୋନାଲିସା ମଞ୍ଚ ପରିଚାଳନା କରିଥିଲେ । ଉତ୍ସବରେ ନର୍ସିଂ ଇନଚାର୍ଜ ସୋମନାଥ ଷଡ଼ଙ୍ଗୀ, ଅଧ୍ୟକ୍ଷା ଡ଼. ରୋଜଲିନ ଷ୍ଟିଫେନ, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରିୟା ପିସ୍କିଲା, ଏଚ୍‌ଆର୍‌ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରତିଭା ଶତପଥି ସହିତ ନର୍ସିଂ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ବି.ଏସ୍‌. ସି. ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ବି.ଏସ୍‌.ସି. ନର୍ସିଂର ଶେଷ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଜି.ଏନ୍‌.ଏମ୍‌ ପ୍ରଥମ ବର୍ଷର ୫୬ ଜଣ ଛାତ୍ରଛାତ୍ରୀ ଓ ବି.ଏସ୍‌.ସି ନର୍ସିଂ ବିଭାଗର ପ୍ରଥମ ବର୍ଷର ୬୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇ ଶପଥ ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକା ଶ୍ରୀମତୀ ଝାନ୍‌ସୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶପଥର ମୂଳ ଉଦ୍ଦେଶ୍ୟ ହେଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ନିରଳସ, ନିସ୍ଵାର୍ଥପର ଓ ନିର୍ବିକାର ଭାବରେ ରୋଗୀ ମାନଙ୍କର ଯତ୍ନ ଓ ସେବା କରିବା । କାର୍ଯ୍ୟକ୍ରମଟି ଏହି ଆଭିମୁଖ୍ୟ ନେଇ ସମାପ୍ତ ହୋଇଥିଲା ଯେ, ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସେବା ଦକ୍ଷତାର ସହିତ ଓ ଉତ୍ସର୍ଗୀକୃତ ଭାବରେ ପ୍ରଦାନ କରିବେ ଓ ଅନୁଷ୍ଠାନର ଆଶା ଓ ସ୍ୱପ୍ନକୁ ପୁରଣ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande