
କେନ୍ଦ୍ରାପଡ଼ା,୧୨.୦୧.୨୦୨୫, କେନ୍ଦ୍ରାପଡ଼ା ସ୍ୱଂଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଉଦଘାଟିତ ହୋଇଯାଇଛି | ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଜୁ ଉଦଘାଟିତ କରିଥିଲେ | କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ,ମାନ୍ୟବର ସାଂସଦ କେନ୍ଦ୍ରାପଡ଼ାଙ୍କ ପ୍ରତିନିଧି ଶଶାଙ୍କ ସେଠୀ,ଜିଲ୍ଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକୃଷ୍ଣ ଜେନା,ମଂଚାସୀନ ଥିବା ବେଳେ ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଅପେରସନ ସିନ୍ଦୁର, ଆତ୍ମ ନିର୍ଭର ଭାରତ, ସ୍ବଦେଶୀ ଦ୍ରବ୍ୟ ବ୍ୟବହାର, ନାରୀ ମାନେ ସ୍ଵଭାବଲମ୍ବି ହେଲେ ଦେଶ ଆଗେଇବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି | ଜନସାଧାରଣ ବହୁତ ମାତ୍ରାରେ ଆସି ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା କୁ ଉପଭୋଗ କରିବାକୁ ମାନ୍ୟବର ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି | ସରକାର ଦେଖିଥିବା ବିକଶିତ ଓଡିଶା ବିକଶିତ ଭାରତ ସ୍ବପ୍ନ ପୁରଣ କରିବାକୁ ହେଲେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ କହିଛନ୍ତି | ଏହା ଛଡା ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପାଇଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ | ଏତତ ବ୍ୟତୀତ ସ୍ଥାନୀୟ କଳାକାର ଏବଂ ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଶେଷରେ କୂଳଦୀପ ପଟ୍ଟନାୟକ ତାଙ୍କର ସୁନ୍ଦର ସୁନ୍ଦର ଗୀତରେ ଦର୍ଶକଙ୍କୁ ମତୁଆଲ କରିଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ରବି