ଚାଷୀ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା,୧୨ ଜାନୁଆରୀ (ହି.ସ.)- ଚାଷୀଙ୍କୁ ଠିକ ସମୟରେ ବିହନ ସାର୍ ଓ ଔଷଧ ମିଳୁ ନାହିଁ, ମଣ୍ଡିରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି ଏମିତି ଅଭିଯୋଗ ଆଣି ସମସ୍ୟାରେ ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ। ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡ଼ା
Press meet


ନୂଆପଡ଼ା,୧୨ ଜାନୁଆରୀ (ହି.ସ.)- ଚାଷୀଙ୍କୁ ଠିକ ସମୟରେ ବିହନ ସାର୍ ଓ ଔଷଧ ମିଳୁ ନାହିଁ, ମଣ୍ଡିରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି ଏମିତି ଅଭିଯୋଗ ଆଣି ସମସ୍ୟାରେ ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ। ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡ଼ା ଗ୍ରାମରେ ନବ ନିର୍ମାଣ କୃଷକ ସଂଗଠନ ନୂଆପଡ଼ା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସଂଗଠନର ଜିଲ୍ଲା ସଭାପତି କେଶବ ଚନ୍ଦ୍ର ବେହେରାଙ୍କ ସମେତ ଅନେକ ଚାଷୀ ଏଥିରେ ଯୋଗ ଦେଇଥିଲେ। ଚାଷୀ ମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ସେମାନେ ଅଭିଯୋଗ କରିଥିଲେ। ମଣ୍ଡିରେ କଟଣୀ ଛଟଣୀ ହେଉଥିବା, ଠିକ୍ ସମୟରେ ଟୋକନ୍ ଆସୁ ନଥିବା, ସୋନପୁର ଠାରେ ଚାଷୀ ମାନଙ୍କୁ ପୁଲିସ ଅତ୍ୟାଚାର କରୁଥିବା, ଜଣେ ବରିଷ୍ଠ ମନ୍ତ୍ରୀ ତାତ୍ସଲ୍ୟ କରିଥିବା ଆଦି ଅଭିଯୋଗ ଆଣି ସରକାର ଏ ଦିଗରେ ଦୃଷ୍ଟି ନଦେଲେ ସଂଗଠନ ତରଫରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ଆଜିର ସାମ୍ୱାଦିକ ସମ୍ମିଳନୀରେ ଚାଷୀ ନେତ୍ରୀ ଅହଲ୍ୟା ପଟେଲ, ଚାଷୀ ରଞ୍ଜିତ ସିଂହ ମହାରଥା, ରତନ ମଣି କୋକଙ୍କ ସହ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande