
କେନ୍ଦୁଝର, 12 ଜାନୁଆରି (ହି.ସ.)ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେ ପ୍ରତିଯୋଗୀତା ମାଷ୍ଟର୍ସ କପ ୨୦୨୬ କେରଳର ୱାୟନାଡ ଜିଲ୍ଲାରେ ଥିବା ଆଦାଥରା ଅଡିଟୋରିୟମରେ ହାନ୍ ସି କେ. ପି. ରବୀନ୍ଦ୍ରନ ୧୦ମ ଡାନ ରେଡ୍ ବେଲଟଙ୍କ ଜାନୁଆରୀ ୧୦,୧୧ ଦୁଇ ଦିନ ଧରି ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରତିଯୋଗୀତାକୁ ଷ୍ଟୋଗୋ ଗ୍ରୁପ୍ର ମୁଖ୍ୟ ଜୟେସ୍ ସେବାଷ୍ଟିଆନ ଉଦଘାଟନ କରିଥିଲେ। ମୂଖ୍ୟବକ୍ତା ଭାବେ ମାତୃଭୂମି ସମ୍ବାଦପତ୍ରର ମୁଖ୍ୟ ସହକାର ସଂପାଦକ ଏମ୍ . ପି.ସୁରେନ୍ଦ୍ରନ ଯୋଗଦେଇ ସାଂପ୍ରତିକ ପରିବେଶରେ କରାଟେ ଶିକ୍ଷାର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ପ୍ରତିଯୋଗିତା ୱାର୍ଲ୍ସ କରାଟେ ଫେଡେରେସନ ଏବଂ ପାରମ୍ପରିକ ଓକି ନାୱା କରାଟେର ନିୟମାବଳୀ ଅନୁଯାୟୀ ବିଶେଷ ଭାବରେ ପ୍ରଶିକ୍ଷିତ ବିଚାରକ ମଣ୍ଡଳୀଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ କେନ୍ଦୁଝର ପୂମା ଏକାଡେମୀର ୨ ଜଣ ଛାତ୍ର ଛାତ୍ରୀ ଓଡ଼ିଶାର ପ୍ରତିନିଧୂତ୍ଵ କରି ୨ ଟି ସ୍ବର୍ଣ୍ଣ, ୨ ଟିରୌପ୍ୟ ଓ ୨ ଟି ବ୍ରୋଞ୍ଜ ମେଡାଲ ସହ ସର୍ବମୋଟ୍ ୬ ଟି ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି। ପଦକ ତାଲିକା ନିମ୍ନ ପ୍ରକାର ରେ ଦିଆଗଲା। ମଧୁସ୍ମିତା ଜେନା ବରିଷ୍ଠ ମହିଳା ବିଭାଗ ବ୍ରାଉନ ବେଢ଼ି କାତାରେ ସ୍ବର୍ଣ୍ଣ, କୁମିତେ ୫୫ କେଜିରୁ କମ୍ ବିଭାଗରେ ରୌପ୍ୟ ଏବଂ କୋବୁଡୋ 'ବୋ ' କାତା ରେ ସ୍ବର୍ଣ୍ଣ ପଦକ। ତାରିଣୀ ପ୍ରସାଦ ବ୍ରହ୍ମ ବରିଷ୍ଠ ପୁରୁଷ ବେଲ୍ମ ବିଭାଗ କାତା ରେ ବ୍ରୋଞ୍ଜ୍, ୮୧ କେ.ଜି କୁମିତେ ବିଭାଗରେ ରୌପ୍ୟ ବ୍ଲାକ୍ କୋବୁଡୋ କାତାରେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି। ପୂମା ଏକାଡେମୀର ପ୍ରତିଷ୍ଠାତା ତଥା ଓକିନାୱା ସୋରିନ ରିନ ରିୟୁ କରାଟେ ଏବଂ କୋବୁଡୋ ରାଜ୍ୟ ମୂଖ୍ୟ ଜ୍ୟୋସି ପ୍ରବୀଣ କୁମାର୍ ଦେଓ, (୭ମ ଡାନ୍ ବ୍ଲାକ୍ ବେଲଟ୍ ଜାପାନ) ଙ୍କୁ କରାଟେ କଳାର ନୀରବ ଛିନ୍ନ ପ୍ରଚାର ପ୍ରସାର ପାଇଁ ବିଶେଷ ରୂପେ ସମ୍ମାନିତ କରାଯାଇଥିଲା। ଦଳର ସଫଳତା ପାଇଁ ପୁମା ଏକାଡ଼େମୀର ସଭାପତି ପ୍ରଫୁଲ୍ଲ କୁମାର୍ ଦେଓ ଅଭିନନ୍ଦନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA