ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଶିକ୍ଷା ନୀତି - ୨୦୨୦ ପାଠଚକ୍ର ଅନୁଷ୍ଠିତ
ବଲାଙ୍ଗିର, 12 ଜାନୁଆରି (ହି.ସ.) ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗିରଠାରେ ପି ଏମ -ୟୁ ଏସ ଏଚ୍ ଏ ଓ ଓଡ଼ିଶା ସରକାରଙ୍କ ସହଭାଗିତା ଏବଂ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ଦ୍ଵିଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ର ଅ
ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଦୁଇଦିନିଆ  ଜାତୀୟ ଶିକ୍ଷା ନୀତି - ୨୦୨୦ ପାଠଚକ୍ର ଅନୁଷ୍ଠିତ


ବଲାଙ୍ଗିର, 12 ଜାନୁଆରି (ହି.ସ.)

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗିରଠାରେ ପି ଏମ -ୟୁ ଏସ ଏଚ୍ ଏ ଓ ଓଡ଼ିଶା ସରକାରଙ୍କ ସହଭାଗିତା ଏବଂ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ଦ୍ଵିଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ର ଅନୁଷ୍ଠାନର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଉତ୍ ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ପ୍ରଫେସର ସୁସ୍ମିତ୍ ପ୍ରସାଦ ପାଣି, ଓଡ଼ିଆ ଉଚ୍ଚଶିକ୍ଷା ଆୟୋଗର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ , ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଡିମ୍ ବିଶ୍ଵବିଦୟାଳୟ , ନୂଆଦିଲ୍ଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟେସନର କୁଳପତି ପ୍ରଫେସର ଶଶିକଳା ୱାନଜାରୀ (ଆଭାସୀ ମାଧ୍ୟମରେ) , ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀ ହରପ୍ରସାଦ ଭୋଇ , ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ଦାଶ,ପରୀକ୍ଷା ନିୟନ୍ତ୍ରକ ତଥା ଏହି ଆଲୋଚନା ଚକ୍ରର ଆବାହକ ଡକ୍ଟର ନରେନ୍ଦ୍ର କୁମାର ରାଉତ ଯୋଗଦାନ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଚାରିଗୋଟି ସମ୍ପାନ ରେ ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି (ଓଡ଼ିଶା ଉଚ୍ଚଶିକ୍ଷା ଆୟୋଗର ବରିଷ୍ଠ କାର୍ଯ୍ୟ ନିର୍ବାହୀ ସଦସ୍ୟ ), ପ୍ରଫେସର ମନୋରଞ୍ଜନ ମିଶ୍ର (ଫକୀରମୋହନ ବିଶ୍ଵବିଦ୍ୟାଳୟର ଭୂଗୋଳ ବିଭାଗର ମୁଖ୍ୟ ) , ପ୍ରଫେସର ଦେବଦତ୍ତ ମିଶ୍ର (ଭିସୁଟର ପ୍ରଡକ୍ସନ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ) ,ପ୍ରଫେସର କୁମାର ସୁରେଶ ( ପ୍ରଫେସର,ଏନ୍ଆଇପିଏ, ଆଭାସୀ ମାଧ୍ୟମରେ ) , ପ୍ରଫେସର୍ ପାର୍ଥ ସାରଥି ମଲ୍ଲିକ ,(ପ୍ରଫେସର୍ ଶିକ୍ଷା ବିଭାଗ ,ଗଙ୍ଗାଧର ମେହେର ବିଶ୍ଵବଦ୍ୟାଳୟ ) ଯୋଗଦାନ କରି ଜାତୀୟ ଶିକ୍ଷାନୀତି - ୨୦୨୦ ସମ୍ପର୍କିତ ବିବିଧ ଦିଗ, ବୈଶିଷ୍ଟ୍ୟ ,ଏହାର ସଫଳତା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ ।

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଆସିଥିବା ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ସୁଶାନ୍ତ କୁମାର ପଣ୍ଡା ଏହି ଜାତୀୟ ଆଲୋଚନା ଚକ୍ରରେ ସଂଯୋଜକ ଭାବରେ ନିଜର ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରିଥିଲେ । ବିଶ୍ଵବିଦ୍ୟାଳୟର ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ଡକ୍ଟର ରାଜକିଶୋର ପାତ୍ର, ବିତ୍ତନିୟନ୍ତ୍ରକ ଶ୍ରୀ ଚନ୍ଦ୍ରମଣି ମିର୍ଦ୍ଧା,ମହାବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡକ୍ଟର ଜିତେନ୍ଦ୍ର କୁମାର ପ୍ରଧାନ , ଉପକୁଳସଚିବ ଶ୍ରୀ ବିଶ୍ୱଜିତ ବେହେରା ,(ପି ଏମ-ୟୁ ଏସ ଅଛ ଏ)ର ସଂଯୋଜକ ଡକ୍ଟର ଗଣପତି ମେଣ୍ଡାଲି, ପାଠଚକ୍ରର ଉପଆବାହକ ଡକ୍ଟର ଶିବରାମ ବଡତ୍ୟା ତଥା ବିଶ୍ଵବିଦ୍ୟାଳୟ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ,ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ବିପୁଳ ସଂଖ୍ୟାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande