ରକ୍ଷକ ସାଜିଛି ଭକ୍ଷକ : ଉଷାକୋଟି ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ଗଛ କାଟ୍‌
ସମ୍ବଲପୁର, ୧୨, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନ ଖଣ୍ଡ ବଡ଼ରମା ରେଞ୍ଜ ଅଧୀନରେ ଥିବା ଉଷାକୋଟି ଅଭୟାରଣ୍ୟ କୁତବ ଗ୍ରାମ ପାଖରେ ଏକ ନିର୍ମାଣ କରାଯାଉଥିବା ଚେକ ଡେମ ପାଇଁ ବନ ବିଭାଗ ପକ୍ଷରୁ ମୂଲ୍ୟବାନ ଗଛ କରାଯାଇଛି। ବନ ବିଭାଗୀୟ ଆସିକାରୀଙ୍କ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକୁ
ରକ୍ଷକ ସାଜିଛି ଭକ୍ଷକ : ଉଷାକୋଟି ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ଗଛ କାଟ୍


ସମ୍ବଲପୁର, ୧୨, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନ ଖଣ୍ଡ ବଡ଼ରମା ରେଞ୍ଜ ଅଧୀନରେ ଥିବା ଉଷାକୋଟି ଅଭୟାରଣ୍ୟ କୁତବ ଗ୍ରାମ ପାଖରେ ଏକ ନିର୍ମାଣ କରାଯାଉଥିବା ଚେକ ଡେମ ପାଇଁ ବନ ବିଭାଗ ପକ୍ଷରୁ ମୂଲ୍ୟବାନ ଗଛ କରାଯାଇଛି। ବନ ବିଭାଗୀୟ ଆସିକାରୀଙ୍କ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇ ରକ୍ଷକ ନିଜେ ଭକ୍ଷକ ସାଜିଛି ବୋଲି କୁହାଯାଉଛି। ଏପରିକି ଯଦି କୌଣସି ବ୍ୟକ୍ତି ଦ୍ୱାରା ଗଛ କଟାଯାଇଥାଏ ତାହେଲେ ବନ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥାଏ ହେଲେ ବିଭାଗ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟ ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆ ଯିବ ତାହା ଦେଖିବାକୁ ରହିଲା। ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଚେକ ଡେମ ରେ କୌଣସି ପ୍ରକାର ଫଳକ ନାହିଁ ଯାହାକି କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଚେକ ଡେମ ନିର୍ମାଣ ଦାୟିତ୍ୱରେ ଥିବା ଫରେଷ୍ଟର ଆନନ୍ଦ ପରିଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଡିଏଫଓ ସାର ଉକ୍ତ ସ୍ଥାନରେ ଫାଉଣ୍ଡେସନ କରିବାକୁ କହିଥିଲେ ଏବଂ ଫାଉଣ୍ଡେସନ ଖୋଳା ସମୟରେ ଯାହା ଉପୁଡିଥିବ ହେଲେ ଗଛ କଟିବା ମୁଁ ଜାଣି ନାହିଁ ଉକ୍ତ ସ୍ଥାନକୁ ଯାଇ ମୁଁ ଦେଖିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ହେଲେ ନିର୍ମାଣ ସ୍ଥାନରେ ଗଛ କଟା ଯାଇଥିବା ସତ୍ୱେ ଫରେଷ୍ଟର ଜାଣିନ ଥିବା କହିବା କେତେ ଦୂର ଠିକ ଏବଂ ଯଦି ଫରେଷ୍ଟର ଘଟଣା ସମ୍ବନ୍ଧରେ ଜାଣିନାହାନ୍ତି ଯାହାକି ଫରେଷ୍ଟର ଉକ୍ତ ସ୍ଥାନକୁ ଯାଉନ ଥିବା ଆଡକୁ ମଧ୍ୟ ଦର୍ଶାଉଛି ଏଣୁକରି ଉପରିସ୍ଥ ଅଧିକାରୀ ଏ ସମ୍ପର୍କ ରେ ଅନୁଧ୍ୟାନ କରି ଘଟଣାକୁ ଗୁରୁତ୍ୱ ସହିତ ନେବାକୁ ଅନୁରୋଧ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande