
ବଲାଙ୍ଗିର, 12 ଜାନୁଆରି (ହି.ସ.)ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇ ଥିବାରୁ ସଦର ପୋଲିସ ଚୋର ମାନଙ୍କୁ ଥାନାକୁ ଆଣିଥିଲା ସତ ମାତ୍ର ପରେ ସେମାନଙ୍କୁ ପଚରା ଉଚୁରା ପରେ ଅଭିଯୁକ୍ତ ଙ୍କୁ ଛାଡ଼ିଦେଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦ ରେ ଆଜି ସୋମବାର ଶତାଧିକ ମହିଳା ପୁରୁଷ ଆସି ଏସ୍ ପି ଅଫିସ ଘେରାଉ କରିବା ସହ ୫୭ ନଂ ରାଜ୍ୟ ରାଜପଥ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ସଦର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅତିରିକ୍ତ ଏସ୍ପି ହିମାଂଶୁ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ