
ଜୟପୁର, ୧୨ ଜାନୁଆରୀ (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସୁନାବେଡା ଓ ଅରବିନ୍ଦ ନଗର ଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ମନସ୍ଵିନୀ ପାଢ଼ୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସ୍ୱାମିଜୀଙ୍କର ଦେଶପ୍ରେମୀ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ଵାନ୍ କରିଥିଲେ । ବିବେକାନନ୍ଦ ବେଶଧାରୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସେମାନେ ସେହି ବେଶରେ ଶ୍ରେଣୀ କକ୍ଷ ଗୁଡିକୁ ପରିକ୍ରମା କରିଥିଲେ । ବିବେକାନନ୍ଦ ଙ୍କ ଆତ୍ମଜୀବନି ସମ୍ବନ୍ଧରେ ବକ୍ତୃତା, ଚିତ୍ରାଙ୍କନ ଓ ଫଟୋ ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦିନ ୧୧ଟା ସମୟରେ ସମସ୍ତ ଶିଶୁ ଆଚାର୍ଯ୍ୟ ପରିବାର ସେବକ ସେବିକା ସାମୂହିକ ବନ୍ଦେ ମାତରମ ରାଷ୍ଟ୍ର ବନ୍ଦନା ଗାନ କରିଥିଲେ ।ମିତାଞ୍ଜଳୀ ପାଢ଼ୀ ପରିଚୟ ପ୍ରଦାନ କରିଥିବା ବେଳେ ରଶ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ନଳିନୀ ରାଉତ, ରାଜଲକ୍ଷ୍ମୀ ଦାସଙ୍କ ତତ୍ତ୍ଵାବଧାନରେ ମଞ୍ଜୁତାଞ୍ଜଳୀ ସ୍ୱାଇଁ , ଗାୟତ୍ରୀ ଦେବୀ, ଯମୁନା ହାଁସଦା ,ପୁଷ୍ପଲତା ପାତ୍ର ଗାୟତ୍ରୀ ପ୍ରଭା ମହାନ୍ତି, ସ୍ଵର୍ଣ୍ଣମୟୀ ଶତପଥି, ମନିଷା ପାଣି ପ୍ରମୁଖ ଆଚାର୍ଯ୍ୟ /ଆଚାର୍ଯ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସେହିପରି ସୋମବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ଡ.ଶିବରାମ ନିଶଙ୍କ ( ଅବସର ପ୍ରାପ୍ତ ପ୍ରଫେସର) ବିବେକାନନ୍ଦଙ୍କ ବିଷୟରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ l ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ଡକ୍ଟର ରମଣୀ ରଞ୍ଜନ ଦାସ ଉତ୍ସବ ବିଷୟରେ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଶିଶୁ ଭଉଣୀ ୩୨୦ ଶିଶୁ ଭାଇ ୩୯୩ ଗୁରୁଜୀ, ଗୁରୁମା ୩୪ ଏହିପରି ମୋଟ ୭୪୭ ଉପସ୍ଥିତ ଥିଲେ l ୧୫୦ ତମ ଜନ୍ମ ବାର୍ଷିକ ପୂର୍ତ୍ତି ଅବସରରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ରେ ସମସ୍ତେ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ପିକେପି