
କେନ୍ଦୁଝର, ୧୨ ଜାନୁଆରି (ହି.ସ.) - ଅନୁପମ ଶିକ୍ଷାମୟ ପରିବେଶ ଓ ସଂସ୍କାରମୟ ଆୟୋଜନ ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆନନ୍ଦପୁର ର ୩୪ତମ ବାର୍ଷିକ ଉତ୍ସବ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଶିଶୁମାନଙ୍କର ସର୍ବାଙ୍ଗୀଣ ବିକାଶ ପାଇଁ ଏପରି ସଂସ୍କାରମୟ ଶିକ୍ଷା ପ୍ରୟାସ ନିଶ୍ଚୟ ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ।ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘଚାଳକ ମାନନୀୟ ଭାଗିରଥି ପୃଷ୍ଟି ଭାଇ, ବିଦ୍ୟାଭାରତି ପୂର୍ବକ୍ଷେତ୍ର ସମ୍ପାଦକ ଲକ୍ଷ୍ମୀକାନ୍ତ ମହାରଣା, ଆନନ୍ଦପୁର ପୌରାଧ୍ୟକ୍ଷା ଓ ନିରାକାର ସାହୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ସେମାନଙ୍କ ଉତ୍ସାହ ଓ ପ୍ରତିଭାକୁ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA