ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ୱଦେଶୀ ସଂକଳ୍ପ ଦୌଡ
ନୂଆପଡ଼ା, ୧୨ ଜାନୁଆରୀ (ହି.ସ.)- ସ୍ୱଦେଶୀ ଜାଗରଣ ମଞ୍ଚ ନୂଆପଡା ଜିଲ୍ଲା ଖଡ଼ିଆଳ ଶାଖା ତରଫରୁ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ୱଦେଶୀ ସଂକଳ୍ପ ଦୌଡ କାର୍ଯ୍ୟକ୍ରମ ଖଡ଼ିଆଳ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରୁ ଅଗ୍ରସେନ ଭବନ ପର୍ଯ୍ୟନ୍ତ ଆଜି ଅନୁଷ୍ଠିତ ହୋଇ
Swadeshi jagaran Manch


ନୂଆପଡ଼ା, ୧୨ ଜାନୁଆରୀ (ହି.ସ.)- ସ୍ୱଦେଶୀ ଜାଗରଣ ମଞ୍ଚ ନୂଆପଡା ଜିଲ୍ଲା ଖଡ଼ିଆଳ ଶାଖା ତରଫରୁ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ୱଦେଶୀ ସଂକଳ୍ପ ଦୌଡ କାର୍ଯ୍ୟକ୍ରମ ଖଡ଼ିଆଳ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରୁ ଅଗ୍ରସେନ ଭବନ ପର୍ଯ୍ୟନ୍ତ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଖଡ଼ିଆଳ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଖଡିଆଳ କ୍ଷତ୍ରିୟ ଆଞ୍ଚଳିକ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ଯୁବକ ଓ ଖଡିଆଳର ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁଜିତ ପାତ୍ର, ସୁରେଶ କୁମାର ହଟୱାର, ଭାନୁଚନ୍ଦ୍ର ସୁନାନୀ, ବୃନ୍ଦା ପ୍ରଧାନୀ, ଶ୍ରୀବତ୍ସ ବାରିକ, ଭୀଷ୍ମଦେବ ହଂସ , ଦାରା ସିଂ ଭୋଇ ସମେତ ବହୁ ସଂଖ୍ୟାରେ ଯୁବ ସମାଜ ସାମିଲ ହୋଇ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande