କଦମପଡା ଶିଶୁମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ’ ଜୟନ୍ତୀ ପାଳିତ
ବଲାଙ୍ଗିର, 12 ଜାନୁଆରି (ହି.ସ.) ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ ‘ ଜୟନ୍ତୀ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମିରଟ ବିଶ୍ବ ବିଦ୍ୟାଳୟର ଅବସର ପ୍ରାପ୍ତ ସଂସ୍କୃ
କଦମପଡା ଶିଶୁମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ’ ଜୟନ୍ତୀ ପାଳିତ


କଦମପଡା ଶିଶୁମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ’ ଜୟନ୍ତୀ ପାଳିତ


କଦମପଡା ଶିଶୁମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ’ ଜୟନ୍ତୀ ପାଳିତ


ବଲାଙ୍ଗିର, 12 ଜାନୁଆରି (ହି.ସ.)

ଆଜି ବଲାଙ୍ଗୀରସ୍ଥ କଦମପଡା ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ସ୍ବାମୀ ବିବେକାନନ୍ଦ ‘ ଜୟନ୍ତୀ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମିରଟ ବିଶ୍ବ ବିଦ୍ୟାଳୟର ଅବସର ପ୍ରାପ୍ତ ସଂସ୍କୃତ ଅଧ୍ୟାପକ କ୍ଷମାନିଧି ସାହୁ ଯୋଗ ଦେଇଥିଲେ । ପ୍ରଥମେ ଛାତ୍ରୀମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ମଞ୍ଚାସୀନ ଅତିଥିଙ୍କ ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଞ୍ଜୋଜନା ଛାତ୍ରୀ ଶୁଭସ୍ମିତା ସାହୁ ଓ ଶୁଭଶ୍ରୀ ମିଶ୍ର କରିଥିଲେ । ଶିଶୁବକ୍ତା ରୂପେ ବିଶାଖା ମେହେର, ଦେବାଶିଷ ମିଶ୍ର, ପ୍ରିୟାଂଶୀ‌ ଷଡଙ୍ଗୀ, ରୋଲି ପ୍ରଧାନ, ଶ୍ରୀୟାଂଶ୍ରୀ ସାଏ ଓ ଆରାଧ୍ୟା ପାଣିଗ୍ରାହୀ ବିବେକାନନ୍ଦଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଗୁରୁମା ମମତା ଭୋଇ‌ ମଧ୍ୟ ନିଜ ବକ୍ତବ୍ୟରେ ବିବେକାନନ୍ଦଙ୍କ ଗୁରୁଭକ୍ତି ଓ ଜୟଯାତ୍ରା ବର୍ଣ୍ଣନା କରିଥିଲେ ତଥା ଗୁରୁଜୀ ତ୍ରିଲୋଚନ ଦାସ ବିବେକାନନ୍ଦଙ୍କ ଜୀବନର ଛୋଟ ଛୋଟ ଘଟଣାବଳୀ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜି ଛାତ୍ର -ଛାତ୍ରୀମାନେ ବିବେକାନନ୍ଦଙ୍କ ଭଳି ଏକଲକ୍ଷ୍ୟ ରଖି ସଂସ୍କୃତିକୁ ପୁନଃ ପ୍ରତିଷ୍ଠା କରନ୍ତୁ । ପରେ ସଭାପତି ମହୋଦୟ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ ଗୁରୁଜୀ ସଞ୍ଜୟ ପୁରୋହିତ କରିଥିଲେ ।ଏହିପରି ଭାବରେ ଗୁରୁଜୀ ପଞ୍ଚାନନ ସା’ଙ୍କ ସଞ୍ଚାଳନରେ ସଫଳତା ସହ ସମ୍ପୂର୍ଣ୍ଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande