



ବଲାଙ୍ଗିର, ୧୨ ଜାନୁଆରୀ (ହି.ସ.)- ବଲାଙ୍ଗିର ଟ୍ୟାକ୍ସ ବାର ଏସୋସିଏସନର ୫୦ ବର୍ଷ ପୁର୍ତ୍ତୀରେ ସ୍ଵର୍ଣ୍ଣ ସମାଗମ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ସଭାଗୃହରେ ଗତକାଲି ପୂର୍ବାହ୍ନ ନଅଟା ବେଳେ ଅନୁଷ୍ଠିତ ସମାରୋହକୁ ସୁପ୍ରିମକୋର୍ଟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ ଅଧିବେଶନରେ ଯୋଗଦାନ କରିଥିବା ବେଳେ ରାଞ୍ଚି ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ବର୍ତ୍ତମାନ ଜି ଏସ୍ ଟି ଏ ଟି ଅଧ୍ୟକ୍ଷ ନ୍ୟାୟ ମୂର୍ତ୍ତୀ ସଂଜୟ କୁମାର ମିଶ୍ର, ଓଡିଶା ହାଇକୋର୍ଟ ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ଓ ଗୌରୀ ଶଙ୍କର ସତପଥୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ. ସମାରୋହ ଅଧ୍ୟକ୍ଷ ନକୁଳ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଶାନ୍ତନୁ କୁମାର ଭୋଇ ସ୍ଵାଗତ ଭାଷଣ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସଂଗଠନ ଅଧ୍ୟକ୍ଷଶ୍ରୀ ଏସ. ଭେଙ୍କଟରମଣି, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ରାଜ୍ଯ ସଭାପତି ଆଓଟା ଶ୍ରୀ ବିବେକନନ୍ଦ ମହାନ୍ତି, ବରିଷ୍ଠ ଓକିଲ ଭାଷଣ ଦେଇଥିଲେ। ଶେଷରେ ସମ୍ପାଦକ ପ୍ରଭଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ଉଦଘାଟନ ପରେ ଜି ଏସ ଟି ଉପରେ ପ୍ରଥମ ବୈଷୟିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ୧୫ ଥିଲା ବିଷୟବସ୍ତୁ ଧାରା ୭୩ ବନାମ ଅଧୀନରେ ଧାରା ୭୪: କ୍ଷତ୍ରାଧିକାର ତଥ୍ୟରୁ ଯାନ୍ତ୍ରିକ ଠକେଇ ଅଭିଯୋଗ ପର୍ଯ୍ୟନ୍ତ - ଏଡ଼ାଇବାକୁ ଚାହୁଁଛି ଏହାର ଅର୍ଥ ହରାଇଛି ଉପରେ ବକ୍ତା ଥିଲେ ଚାଟାର୍ଡ ଏକାଉଣ୍ଟ୍ ଟେଣ୍ଡ ଆଞ୍ଚଲ କପୁର ତାଙ୍କର ବିଷୟ ରଖିଥିଲେ। ଜି ଏସ ଟି ଉପରେ ଦ୍ୱିତୀୟ ବୈଷୟିକ ଅଧିବେଶନ
ଅପରାହ୍ନ ୧୨ଟା ୧୫ ରୁ ଅପରାହ୍ନ ୧ଟା ୩୦ ବିଷୟବସ୍ତୁ ଥିଲା ଜି ଏସ ଟି ଅଧୀନରେ ବିବାଦୀୟ ସମସ୍ୟା ଏବଂ ସମସ୍ୟା - ପ୍ରଶମନ ଏବଂ ସମାଧାନ ବିଷୟବସ୍ତୁ ଉପରେ ପୁନିତ ଅଗ୍ରୱାଲ, ଓକିଲ ତାଙ୍କର ବିଷୟ ରଖିଥିଲେ। ଅପରାହ୍ନ ୨ଟା ୩୦ ରୁ ୪ଟା ବ୍ୟବସାୟିକ ଅଧିବେସନରେ ବିଷୟ ଥିଲା ମୁଖହୀନ ମୂଲ୍ୟାଙ୍କନ ଏବଂ ପୁନଃମୂଲ୍ୟାୟନରେ ବିବାଦୀୟ ପ୍ରସଙ୍ଗ। ଉପରେ ବକ୍ତା ସି.ଏ. ଅସୀମ ପ୍ରକାଶ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ସମାରୋହରେ ଜିଲ୍ଲାର ୪୫୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସଙ୍ଗଠନ ସକ୍ରୀୟ ଭାବରେ ଲାଗି ପଡ଼ିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ