ବିବେକାନନ୍ଦ ଜୟନ୍ତୀ ପାଳିତ
Bhubaneswar, 12 ଜାନୁଆରି (ହି.ସ) ଜୟପୁର ବିକ୍ରମଦେବ ସ୍ବୟ˚ଶାସିତ ମହାବିଦ୍ୟାଳୟରେ ସ୍ବ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏନଏସଏସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ନଗରପରିକ୍ରମା କରିବା ପରେ ବିଦ
ବିବେକାନନ୍ଦ ଜୟନ୍ତୀ ପାଳିତ


Bhubaneswar, 12 ଜାନୁଆରି (ହି.ସ)

ଜୟପୁର ବିକ୍ରମଦେବ ସ୍ବୟ˚ଶାସିତ ମହାବିଦ୍ୟାଳୟରେ ସ୍ବ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏନଏସଏସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ନଗରପରିକ୍ରମା କରିବା ପରେ ବିଦ୍ୟାଳୟ ପରିସରରେ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ରେଜିଷ୍ଟର ମହେଶ୍ବର ନାୟକ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗୀତା ଆରମ୍ଭ କରିଥିଲେ। ପରେ ଦିନ ୧୧ଟା ସମୟରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥିତିରେ ବନ୍ଦେ ଉତ୍କଳ ଜନଜୀ ଗୀତ ଗାନ କରାଯାଇଥିଲା।

ସେହିପରି ସ୍ଥାନୀୟ ଶିଶୁବିଦ୍ୟାମନ୍ଦିର ଅରବିନ୍ଦ ନଗରରେ ମଧ୍ୟ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଡ. ଶିବରାମ ନିଶଙ୍କ ଉପସ୍ଥିତ ରହି ଶିଶୁ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ପ୍ରେମାନନ୍ଦ ନାୟକ ଉପସ୍ଥିର ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଡ.ରମଣୀରଞ୍ଜନ ଦାସ ଆଜିର ଦିବସର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ୧୫୦ତମ ଜନ୍ମବାର୍ଷିକ ପୂର୍ତ୍ତି ଅବସରରେ ବନ୍ଦେମାତରମ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ବନ୍ଦେମାତରମ ଗାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande