ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ପାଳିତ
ବଲାଙ୍ଗିର, 12 ଜାନୁଆରି (ହି.ସ.) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଫକୀର ସାହୁ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମା
ଜ୍ଞାନ  ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ପାଳିତ


ବଲାଙ୍ଗିର, 12 ଜାନୁଆରି (ହି.ସ.)

ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଫକୀର ସାହୁ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଝରଣା ଗୁରୁମା ଓ ବାଗଦଳ ଗୁରୁଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଲୋକ ଗୁରୁଜୀ ବିବେକାନନ୍ଦଙ୍କ ବିଷୟରେ ଆଶୀର୍ବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିଶୁଙ୍କୁ ବିବେକାନନ୍ଦଙ୍କ ଜୀବନୀ ପ୍ରସଙ୍ଗରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଶିଶୁ ଭାଇ ଭଉଣୀମାନେ ବିବେକାନନ୍ଦଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରୀୟ ଯୁବା ଦିବସ ଅବସରରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ଗୁରୁଜୀ ମଣ୍ଟୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁରୁମା ବବିତା, ଚାନ୍ଦ, ମମତା ପରୁଆ, ରଞ୍ଜୁଙ୍କ ସହ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande