ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଯୁବ ଦିବସ ଉପଲକ୍ଷେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଜାନୁଆରୀ ୦୫ ରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୧୨ ରିଖ ପର୍ଯ୍ୟନ୍ତ ନିଶା ନିବାରଣ ସମ୍ପର୍କିତ ଶିବି
ZILLA AAIN SEVA PRADHIKARAN


ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଜାନୁଆରୀ ୦୫ ରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୧୨ ରିଖ ପର୍ଯ୍ୟନ୍ତ ନିଶା ନିବାରଣ ସମ୍ପର୍କିତ ଶିବିର ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିନରେ ନିଶା ନିବାରଣ କେନ୍ଦ୍ର, ସମରାଇପୁର, ଭଦ୍ରକ ଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନିଶା ନିବାରଣ ସମ୍ପର୍କରେ ସଚେତନ କରଯାଇଥିଲା। ସେହିପରି ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ନାଟକ ଏବଂ ପ୍ରଚାର ପତ୍ରିକା ବ୍ୟାନର ତଥା ନିଶା ନିବାରଣ ନିମିତ ସ୍ଲୋଗାନମାନ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଆଜି ଜାତୀୟ ଯୁବ ଦିବସ (ବିବେକାନନ୍ଦଙ୍କ ଜୟନ୍ତୀ) ଉପଲକ୍ଷେ ନିଶା ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବକ୍ତୃତା ପ୍ରତିଯୋଗୀତା କରାଯାଇ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନିଶା ନିବାରଣ ନିମିତ ଶପଥ ପାଠ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୁଣ୍ୟଶ୍ଳୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଭଦ୍ରକ ସଂବିତ ମାଝି, ଉପଖଣ୍ଡ ସୁରକ୍ଷା ଅଧିକାରୀ, ଭଦ୍ରକ, ସୁବାଶ ଚନ୍ଦ୍ର ନାୟକ, ସଭାପତି, ଉତ୍କଳ ସର୍ବୋଦୟ ମଣ୍ଡଳ, ଭଦ୍ରକ, ଅମର କୁମାର ପାଣିଗ୍ରାହୀ, ସହାୟକ ଏଲ୍‌.ଏ.ଡିସ୍‌.ଏସ୍‌., ବହ୍ନିଶିଖା ବିଶ୍ୱାଳ, ନ୍ୟାୟ ରକ୍ଷକ, ଭଦ୍ରକ, ଶିଶୁ ସୁରକ୍ଷା ଆଇନ ଅଧିକାରୀ , ଭଦ୍ରକ, ସୁବ୍ରତ କୁମାର ଦାସ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ଶିକ୍ଷକ, ମନୋଜ କୁମାର ସାହୁ ପ୍ରମୁଖ ଅତିଥି ଗଣ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବକ୍ତବ୍ୟରେ କହିଥିଲେ ଯେ ତମାଖୁ ସେବନ ଏକ ମହାମାରୀ ଯାହା ବର୍ତମାନ ଯୁବ ଗୋଷ୍ଠୀଙ୍କୁ କରାୟତ କରିଛି। ତମାଖୁ ସେବନ ଦ୍ୱାରା ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଏବଂ ଆର୍ôଥକ ଓ ସାମାଜିକ ବୋଝର ଶିକାର ହୁଅନ୍ତି, ତେଣୁ ତମାଖୁ ଠାରୁ ସମସ୍ତେ ଦୂରେଇ ରହିବାକୁ ଆହ୍ୱାନ କରାଯାଇଥିଲା। ନିଶାଦ୍ରବ୍ୟ ଠାରୁ ଦୂରେଇ ରହି ନିଶାମୁକ୍ତ ଜୀବନ ଧାରଣ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ଦିଆଯାଇଥିଲା। ଏବଂ ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ସହ ସମସ୍ତଙ୍କୁ ତମାଖୁର କୁପରିଣାମ ବିଷୟରେ ସଚେତନ ହେବାକୁ ପଡିବ ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ। ନିଜ ଜୀବନକୁ ନିଶା ଠାରୁ ଦୂରେଇ ଦିଅନ୍ତୁ ଏବଂ “ତମାଖୁ କୁ ନା କୁହନ୍ତୁ ସ୍ୱାସ୍ଥ୍ୟ କୁ ହଁ କୁହନ୍ତୁ”। ଏଥିପ୍ରତି ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande