ଗରାପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
କେନ୍ଦ୍ରାପଡା, 12 ଜାନୁଆରି (ହି.ସ.)କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ବର ଗ୍ରାମ ପଂଚାୟତ ଅଧିନ ଗରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜଲାଲୁଦ୍ଦିନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ
--ଗରାପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ


କେନ୍ଦ୍ରାପଡା, 12 ଜାନୁଆରି (ହି.ସ.)କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ବର ଗ୍ରାମ ପଂଚାୟତ ଅଧିନ ଗରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜଲାଲୁଦ୍ଦିନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା, ସମ୍ମାନିତ ଅତିଥି ରୂପେ କପାଳେଶ୍ବର ସରପଞ୍ଚ କଳ୍ପନା ମହାନ୍ତି, ପୂର୍ବତନ ସରପଞ୍ଚ ତଥା ଗୁରୁକୁଳ ଆବାସିକ ଶିକ୍ଷା ନିକେତନର ନିର୍ଦ୍ଦେଶକ ଅଭିମନ୍ୟୁ ଗୋଛାୟତ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସୀତା ରାଉତରାୟ, ସବିତା ପଣ୍ଡା, ଅନ୍ନପୂର୍ଣ୍ଣା ନାଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସହିତ ଖେଳର ଆବଶ୍ୟକତା ଓ ଶରୀର ପ୍ରତି ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର‌୍ୟ୍ୟକ୍ରମକୁ ପରିଚାଳନା ସମିତି ସଭାପତି ନୟନ କିଶୋର ବେହେରା, ଉପ ସଭାପତି ଫରଜନା ବିବି, ପୂର୍ବତନ ସଭାପତି ସୟଦ ସମସେର ଅଲ୍ଲୀ, ଦାମୋଦର ସାହୁ, ମିର ସଲିମ, ଶିକ୍ଷୟିତ୍ରୀ ୟାସମିନ ସୁଲତାନା, ରାଜଶ୍ରୀ ପତି, ପରିଚାଳନା ସମିତି ସଦସ୍ୟ ଅଙ୍ଗନବାଡି କର୍ମୀ କୁମୁଦିନୀ ମହାନ୍ତି, ଓ ରମେଶ ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande