ରାଜ୍ୟରେ ଦୁର୍ଘଟଣାରେ ପ୍ରତିଦିନ ମୃତ୍ୟୁବରଣ କରନ୍ତି 16 ରୁ 17 ଜଣ
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଦେଶରେ ବର୍ଷକୁ 5 ଲକ୍ଷ ଦୁର୍ଘଟଣା ହୋଇଥାଏ | ସେଥିରେ 1 ଲକ୍ଷ 70 ହଜାର ଲୋକଙ୍କ ମୃତ୍ୟୁବରଣ କରିଥାନ୍ତି | ପ୍ରାୟ 3 ଲକ୍ଷରୁ ଅଧିକ ଲୋକ ଆହତ ହୋଇଥାନ୍ତି ଏବଂ କିଛି ଲୋକ ସମ୍ପୂର୍ଣ ଭିନ୍ନକ୍ଷମ ହୋଇଯାନ୍ତି | ତେଣୁ ଦୁର୍ଘଟଣାରେ ଦେଶରେ ପ୍ରତିଦ
ଉଷା ପାଢୀ


ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଦେଶରେ ବର୍ଷକୁ 5 ଲକ୍ଷ ଦୁର୍ଘଟଣା ହୋଇଥାଏ | ସେଥିରେ 1 ଲକ୍ଷ 70 ହଜାର ଲୋକଙ୍କ ମୃତ୍ୟୁବରଣ କରିଥାନ୍ତି | ପ୍ରାୟ 3 ଲକ୍ଷରୁ ଅଧିକ ଲୋକ ଆହତ ହୋଇଥାନ୍ତି ଏବଂ କିଛି ଲୋକ

ସମ୍ପୂର୍ଣ ଭିନ୍ନକ୍ଷମ ହୋଇଯାନ୍ତି | ତେଣୁ ଦୁର୍ଘଟଣାରେ ଦେଶରେ

ପ୍ରତିଦିନ 500 ଲୋକ ମୃତ୍ୟୁବରଣ କରନ୍ତି | ରାଜ୍ୟରେ 10 ରୁ 12 ହଜାର

ଦୁର୍ଘଟଣା ହୋଇଥାଏ ଏବଂ ପ୍ରତିଦିନ 16 ରୁ 17 ଜଣ ମୃତ୍ୟୁବରଣ କରନ୍ତି ବୋଲି ପରିବହନ ସଚିବ ଉଷା

ପାଢୀ ସୂଚନା ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ଜିରୋ

ଆକ୍ସିଡେଣ୍ଟ ଡେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | କମ

ହୋମ ସେଫ ନାରା ବିଭାଗ ପକ୍ଷରୁ ଦିଆଯାଇଛି | ରାଜ୍ୟ ସରକାର ଶୂନ୍ୟ ଦୁର୍ଘଟଣା ମୁକ୍ତ ରାଜ୍ୟ କରିବା ପାଇଁ ପଦକ୍ଷେପ

ଗ୍ରହଣ କରିଛନ୍ତି ବୋଲି ସଚିବ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande