ନୂଆ ଲୋକସେବା ଭବନ ପାଇଁ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜାନୁଆରି (ହି.ସ.) - ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ୭୧ ଏକର ଜମିରେ ନିର୍ମାଣ ହେବ । ଏଥିପାଇଁଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା ।
ଶୁଭ ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 12 ଜାନୁଆରି (ହି.ସ.) - ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ

ବିଧାନସଭା । ୭୧ ଏକର ଜମିରେ ନିର୍ମାଣ ହେବ । ଏଥିପାଇଁଖର୍ଚ୍ଚ

ହେବ ୩୬୨୩ କୋଟି ଟଙ୍କା । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ ।

ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର

ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ପାଇଁ ଶୁଭ ଦିଆଯାଇଛି

। ଯେଉଁଥିରେ ଜୟଦେବ ବିହାର , କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍‌ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଜୟ ଦେବ ବିହାର

ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି । ରାସ୍ତାର ଦୁଇ ପାର୍ଶ୍ଵରେ

ଲାଗିବ ୨୨ ହଜାର ୪୧୦ ଗଛ । ମୁଖ୍ୟମନ୍ତ୍ରୀ ଆଜି

6 ହଜାର 701 କୋଟି ଟଙ୍କାର 71 ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande