
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଷ୍ଟ୍ରୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଯୁବଶକ୍ତିର
ସଶକ୍ତ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସ ଅବସରରେ ମୁଁ ତାଙ୍କୁ ଆଦରପୂର୍ଣ୍ଣ
ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଜୀବନ ଓ କାର୍ଯ୍ୟ ବିକଶିତ ଭାରତର ସଂକଳ୍ପକୁ ନିରନ୍ତର ନୂତନ
ଉର୍ଜାରେ ପ୍ରେରିତ କରୁଛି। ଏହି ରାଷ୍ଟ୍ରୀୟ ଯୁବ ଦିବସ ଆମ ଯୁବ ନାଗରିକମାନଙ୍କ ମଧ୍ୟରେ ନୂତନ
ଶକ୍ତି, ଉତ୍ସାହ ଓ ଆତ୍ମବିଶ୍ୱାସକୁ ଜାଗ୍ରତ କରୁ ଏହି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା