
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଜଧାନୀରୁ ସାଇବର ସିଣ୍ଡିକେଟ୍ ପର୍ଦ୍ଦାଫାସ ଘଟଣା । ପୁଣି 3 ଜଣ ଅଭିଯୁକ୍ତଙ୍କୁ
ବାନ୍ଧିଲା କମିଶନରେଟ ପୋଲିସ । ଭୁବନେଶ୍ବରରେ ଟଙ୍କପାଣି ରୋଡରେ ଅଫିସ ଖୋଲି 7 ବର୍ଷ ଧରି
ଚଳାଇଥିଲେ ନେଟୱାର୍କ I ଗତକାଲି 12 ଜଣଙ୍କୁ ଗିରଫ
କରିଥିଲା ପୋଲିସ I ଆଜି 3 ଜଣଙ୍କୁ ମିଶାଇ 15ରେ ପହଁଞ୍ଚିଲା
ଗିରଫ ସଂଖ୍ୟା I ଏହି 3 ଜଣ ଅଭିଯୁକ୍ତ ବିହାରର ବୋଲି ସୂଚନା ମିଳିଛି । ସାରା
ଦେଶରୁ 20 କୋଟିରୁ ଅଧିକ ଟଙ୍କା ଚୁନା ଲଗାଇଛନ୍ତି ଅଭିଯୁକ୍ତ I ଯାହାକୁ ନେଇ ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା