
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଜମାତା ଜିଜାବାଇଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାତୃଶକ୍ତି,
ରାଷ୍ଟ୍ରଭକ୍ତି
ଓ ସଂସ୍କାରର ଜୀବନ୍ତ ପ୍ରତିମୂର୍ତ୍ତି ରାଜମାତା ଜିଜାବାଇ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି–କୋଟି ନମନ।
ରାଜମାତା ଜିଜାବାଇ ଜୀ ତାଙ୍କର ଜୀବନ ଓ ବିଚାର ମାଧ୍ୟମରେ ଏକ ଏପରି ନେତୃତ୍ୱର ଗଠନ
କରିଥିଲେ, ଯାହା ସ୍ୱରାଜ୍ୟର ସଂକଳ୍ପନାକୁ ସାକାର କରିଥିଲା। ସେ ଛତ୍ରପତି
ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱରେ ଧର୍ମ, ସ୍ୱାଭିମାନ,
ନ୍ୟାୟ
ଓ ରାଷ୍ଟ୍ର ପ୍ରତି ଅଡିଗ କର୍ତ୍ତବ୍ୟବୋଧର ବୀଜ ରୋପଣ କରିଥିଲେ,
ଯାହା
ପରେ ଇତିହାସର ଧାରାରେ ପରିଣତ ହୋଇଥିଲା। ରାଜମାତା ଜିଜାବାଇ ଭାରତୀୟ ଇତିହାସରେ ମାତୃତ୍ୱ ଓ
ରାଷ୍ଟ୍ରଚେତନାର ସେଇ ଉଜ୍ଜ୍ୱଳ ଅଧ୍ୟାୟ, ଯାହା ପିଢ଼ି ପରେ ପିଢ଼ିକୁ ସର୍ବଦା
ପ୍ରେରଣା ଦେଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା