ଜାତୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଜାତୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଚେତନାକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠା ଦେଇଥିବା, ଆତ୍ମବିଶ୍ୱାସ ଓ ରାଷ୍ଟ୍ରବୋଧର ଅମ
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଜାତୀୟ ଯୁବ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଚେତନାକୁ

ବିଶ୍ୱ ମଞ୍ଚରେ ପ୍ରତିଷ୍ଠା ଦେଇଥିବା, ଆତ୍ମବିଶ୍ୱାସ ଓ ରାଷ୍ଟ୍ରବୋଧର ଅମର ଉଦ୍‌ଘୋଷକ

ସ୍ୱାମୀ ବିବେକାନନ୍ଦଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ ଓ ଦେଶବାସୀଙ୍କୁ ‘ରାଷ୍ଟ୍ରୀୟ ଯୁବ ଦିବସ’ର ହୃଦୟପୂର୍ଣ୍ଣ

ଶୁଭେଚ୍ଛା।

ସ୍ୱାମୀ ବିବେକାନନ୍ଦ ତାଙ୍କର ଓଜସ୍ବୀ ବିଚାର, ନିର୍ଭୀକ ଚିନ୍ତନ ଓ

ଅଦ୍ଭୁତ ବ୍ୟକ୍ତିତ୍ୱ ମାଧ୍ୟମରେ ଭାରତର ଆଧ୍ୟାତ୍ମିକ ପରମ୍ପରାକୁ ବିଶ୍ୱ ଦରବାରରେ ଏକ ନୂତନ

ଦୃଷ୍ଟିକୋଣ ଦେଇଥିଲେ। ଶିକାଗୋର ଐତିହାସିକ ମଞ୍ଚରୁ ଦିଆଯାଇଥିବା ତାଙ୍କର ସନ୍ଦେଶ ମାନବତା,

ସୌହାର୍ଦ୍ୟ

ଓ ସାର୍ବଭୌମ ଭାଇଚାରାର ଅମର ଉଦ୍‌ଘୋଷ ଥିଲା। ଆଜି ଯେତେବେଳେ ଭାରତ ଆତ୍ମନିର୍ଭରତା ଓ ନବଜାଗରଣର

ପଥରେ ଅଗ୍ରସର ହେଉଛି, ସେତେବେଳେ ସ୍ୱାମୀ ବିବେକାନନ୍ଦଜୀଙ୍କର

ବିଚାର ଓ ଦର୍ଶନ ଆମ ଯୁବପିଢ଼ି ପାଇଁ ଚରିତ୍ର, ସାହସ ଓ ରାଷ୍ଟ୍ରସେବାର

ପ୍ରେରଣା ହୋଇ ତାଙ୍କର ପଥକୁ ପ୍ରଶସ୍ତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande