
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ରାଜବୋଡାସମ୍ବର ହାଇସ୍କୁଲର ୧୯୮୮
ମାଟ୍ରିକ ବ୍ୟାଚ୍ ବାଲ୍ୟବନ୍ଧୁଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପଦ୍ମପୁର ଦେବଦର୍ହା ଠାରେ ରାଜବୋଡାସମ୍ବର
ହାଇସ୍କୁଲର ୧୯୮୮ ମାଟ୍ରିକ ବ୍ୟାଚ୍ ମୋର
ବାଲ୍ୟବନ୍ଧୁଙ୍କ ଗହଣରେ ସପରିବାର ବନ୍ଧୁମିଳନ ଅବସରରେ ଯୋଗଦେଲି। ଛାତ୍ର ଜୀବନର ସ୍ମୃତିକୁ
ମନେପକାଇ ସମସ୍ତେ ପୁରୁଣା ଦିନକୁ ଫେରିଗଲୁ। ଏହି ଅଭୂଲା ସ୍ମୃତି ସାରା ଜୀବନ ମନେ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା