ଗୁଡିରେ ବ୍ୟବହୃତ ମାଞ୍ଜା ସୂତା ଅଭିଯାନ ଗୁଡି ଉଡାଳିକଙ୍କ କୋକୁଆ ଭୟ
ପୁରୀ, ୧୨ ଜାନୁଆରି (ହି.ସ.) - ପର୍ଯ୍ୟଟନ ଓ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନଙ୍କ ସୁରକ୍ଷା ପୋଲିସର ଦାୟିତ୍ୱ । ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ପର୍ଯ୍ୟଟକ ଓ କେତେକ ବ୍ୟକ୍ତିଙ୍କ ବେକରେ ଲାଗି ଆହତ ହେବା ପରେ
ଗୁଡିରେ ବ୍ଯବହୃତ ମାଞ୍ଜା ସୂତା ଅଭିଯାନ ଗୁଡି ଉଡାଳିକଙ୍କ କୋକୁଆ ଭୟ


ପୁରୀ, ୧୨ ଜାନୁଆରି (ହି.ସ.) - ପର୍ଯ୍ୟଟନ ଓ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନଙ୍କ ସୁରକ୍ଷା ପୋଲିସର ଦାୟିତ୍ୱ । ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ପର୍ଯ୍ୟଟକ ଓ କେତେକ ବ୍ୟକ୍ତିଙ୍କ ବେକରେ ଲାଗି ଆହତ ହେବା ପରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ସହରରେ ମାଞ୍ଜା ସୂତା ଜବତ ଅଭିଯାନ ଆରମ୍ଭ କରିଛି । ସୋମବାର ଦିନ ପୁରୀ ପୋଲିସ ପକ୍ଷରୁ ସହରର ବିଭିନ୍ନ ଅଂଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି । ସମୁଦ୍ରକୂଳେ ପବନ ହେଉଥିବାରୁ କେତେକ ଗୁଡି ଉଡାଳି ମାଞ୍ଜା ସୂତା ବ୍ୟବହାର କରି ଗୁଡି ଉଡାଇଛନ୍ତି । ଗୁଡି କୁ ଗୁଡି କଟାକଟି ହେବା ଫଳରେ ମାଞ୍ଜା ସୂତା ଉଡିଆସି ବିଭିନ୍ନ ସ୍ଥାନରେ ଲାଗୁଛି । ବାଇକ ଆରୋହୀଙ୍କ ଯିବା ସମୟରେ ମାଞ୍ଜା ସୂତା ଲାଗି ଆହତ ହେଉଛନ୍ତି । ଏହାକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ପୁରୀ ସହରର ବିଭିନ୍ନ ଅଂଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ବିଶେଷ ଅଭିଯାନ ଆରମ୍ଭ ହୋଇଛି । ସୋମବାର ଦିନ ପୁରୀ ସହରର ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁ ମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରାଯାଇଛି । ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ କଡା ଚେତାବନୀ ଦିଆଯାଇଛି । ସମ୍ପୃକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରୀ ପୁଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ ଅଟେ। ଏହା ମାନବ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର । ସାଧାରଣ ଜନତାଙ୍କୁ ଅନୁରୋଧ ସହର ଓ ବଡ଼ଦାଣ୍ଡ ଅଂଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ଉଡ଼ାନ୍ତୁ ନାହିଁ । ଯଦି କେହି ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟସ୍ଥ ଥାନାକୁ କିମ୍ୱା ୧୧୨ କୁ କଲ କରିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ଦେବା ପାଇଁ ପୁରୀ ପୋଲିସ ଦିଅନ୍ତୁ । ପୁରୀ ପୁଲିସ ସହରର ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକଙ୍କର ଜୀବନ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande