ଆଜି ନୂଆଲୋକ ସେବା ଭବନ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଆଜି ନୂଆଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା । 3623 କୋଟି ଖର୍ଚ୍ଚ କରିବେ ସରକାର । 71.13 ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭ
ଲୋକସେବା ଭବନ


ଭୁବନେଶ୍ୱର, 12 ଜାନୁଆରି (ହି.ସ.)- ଆଜି ନୂଆଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

। ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା । 3623 କୋଟି ଖର୍ଚ୍ଚ କରିବେ

ସରକାର । 71.13 ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ

ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକ ସେବା ଭବନ କନଫରେନ୍ସ ହଲରେଜାତୀୟ ସଡ଼କ ସୁରକ୍ସ

କାର୍ଯ୍ୟକ୍ରମ ଅବସରରେ ଏହାକୁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ନୂଆ ଲୋକସେବା

ଭବନରେ ହେବ ଭୂତଳ ପାକିଂ ।ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ

ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଜୟଦେବ ବିହାର , କଳିଙ୍ଗ

ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍‌ ଛକରେ

ନିର୍ମାଣ ହେବ ଫ୍ଲାଏ ଓଭର । ଜୟ ଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ

କରିବାକୁ ଯୋଜନା ରହିଛି । ରାସ୍ତାର ଦୁଇ ପାର୍ଶ୍ଵରେ ଲାଗିବ ୨୨ ହଜାର ୪୧୦ ଗଛ । ମୁଖ୍ୟମନ୍ତ୍ରୀ ଆଜି 6 ହଜାର 701 କୋଟି ଟଙ୍କାର 71 ଟି

ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande