ଜାତୀୟ ଯୁବ ଦିବସ ପାଳିତ
ପୁରୀ, ୧୨ ଜାନୁଆରି (ହି.ସ.) - ପୁରୀଜିଲ୍ଲା ବ୍ରହ୍ମଗିରି କ୍ୟାରିୟର ଏଜୁକେସନାଲ କମ୍ଲେକ୍ସ ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଗତିଶୀଳ ଛାତ୍ର, ଶିକ୍ଷକ, ଓ ବୁଦ୍ଧିଜୀବୀ ସମନ୍ୱୟ ସମିତି ତରଫରୁ ଆୟୋଜିତ ହୋଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଇଥିଲା ।
ଜାତୀୟ ଯୁବ ଦିବସ ପାଳିତ


ପୁରୀ, ୧୨ ଜାନୁଆରି (ହି.ସ.) - ପୁରୀଜିଲ୍ଲା ବ୍ରହ୍ମଗିରି କ୍ୟାରିୟର ଏଜୁକେସନାଲ କମ୍ଲେକ୍ସ ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଗତିଶୀଳ ଛାତ୍ର, ଶିକ୍ଷକ, ଓ ବୁଦ୍ଧିଜୀବୀ ସମନ୍ୱୟ ସମିତି ତରଫରୁ ଆୟୋଜିତ ହୋଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ସମାଜ ସଂସ୍କାର ଆନ୍ଦୋଳନ ରେ ସ୍ୱାମୀ ବିବେକାନନ୍ଦ ପ୍ରସଙ୍ଗ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜସେବୀ ତଥା ବାମପନ୍ଥୀ ନେତା ଭୀମସେନ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଆଲୋଚନାରେ ସମାଜସେବୀ ତଥା ଆଇନଜୀବୀ ଭାସ୍କର ଜେନା ଯୋଗଦେଇ ବିବେକାନନ୍ଦଙ୍କ ବିଚାରଧାରା ଯୁବ ନେତୃତ୍ୱ ଓ ଯୁବଶକ୍ତି ସଂଗଠିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମ୍ବିଧାନର ସୁରକ୍ଷା ,ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ସମସ୍ତେ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମରେ ବିଭୁଦତ ଭିକାରି ଚରଣ ଜେନା,ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧଜୀବୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande