
ଭଦ୍ରକ, ୧୨ ଜାନୁଆରୀ (ହି.ସ.) - ତେଲେଙ୍ଗାନା ର ଦ୍ରାଇଦ୍ରାବାଦ ଠାରେ ଜାତୀୟ ବରିଷ୍ଠ ନେଟବଲ ପ୍ରତିଯୋଗିତାଟି ଆଜି ଠାରୁ ଆରମ୍ଭ ହୋଇ ୧୬ ଜାନୁଆରୀ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ନେଟବଲ ସଂଘ ତାର ୧୨ ଜଣ ମହିଳା ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ମହିଳା ବିଭାଗରେ ଦିପ୍ତୀମୟୀ ଦାସ ସ୍ଥାନ ପାଇଛନ୍ତି । ଏହି ଖେଳାଳୀ ମାନେ ରାଜ୍ୟ ସ୍ତରୀୟ ନେଟବଲ ପ୍ରତିଯୋଗିତା ରେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ନେଟବଲ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ତନ୍ମୟ ମହାନ୍ତି , କୋଷାଧ୍ୟକ୍ଷ , ବିଶ୍ୱାମିତ୍ର ବେହେରା ପ୍ରମୁଖ ଓ,ସମସ୍ତ ସଦସ୍ୟ ଓ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ