
ଗଞାମ, ୧୨ ଜାନୁଆରୀ (ହି.ସ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡା ନିକଟରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରିଛି। ସେଠାରୁ ୨୬ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ସେମାନଙ୍କ ଠାରୁ ନଅଲକ୍ଷ ପଚାଶ ହଜାର ଟଙ୍କା ଓ ଜୁଆଖେଳ ସାମଗ୍ରୀ ମଧ୍ଧ ଜବତ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ