୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ସଫଳତା
୪ ସ୍ଵର୍ଣ୍ଣ, ୫ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ସହ ଓଡ଼ିଶା ରନର୍ସଅପ୍ ଭୁବନେଶ୍ୱର, 12 ଜାନୁଆରୀ (ହି.ସ.) ଝାଡ଼ଖଣ୍ଡ ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏ
୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ସଫଳତା


୪ ସ୍ଵର୍ଣ୍ଣ, ୫ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ସହ ଓଡ଼ିଶା ରନର୍ସଅପ୍

ଭୁବନେଶ୍ୱର, 12 ଜାନୁଆରୀ (ହି.ସ.) ଝାଡ଼ଖଣ୍ଡ ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ମୋଟ୍ ୪ ଟି ସ୍ଵର୍ଣ୍ଣ, ୫ ଟି ରୌପ୍ୟ ଓ ୧ ଟି ବ୍ରୋଞ୍ଜ ପଦକ ହାସଲ୍ କରିପାରିଛି । ଏଥିସହ ଓଡ଼ିଶା ଜାତୀୟସ୍ତରରେ ଓଭରଅଲ୍ ରନର୍ସଅପ୍ ଭାବେ ଯୋଗ୍ୟତା ଅର୍ଜନ କରିଛି । ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ଦ୍ବିତୀୟ ଏବଂ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ପ୍ରତିଯୋଗିତା ଜାନୁଆରୀ ୬ ରୁ ୧୦ ତାରିଖ ଯାଏଁ ଆୟୋଜିତ ହୋଇଥିଲା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ମୋଟ ୧୮ ଜଣ ପ୍ରତିଯୋଗୀ, ଯେଉଁଥିରେ ୧୧ ଜଣ ବାଳିକା ଓ ୭ ଜଣ ବାଳକ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆହୁରି ସଫଳତା ହାସଲ୍ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ୟୁଜିପି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରୋହିତ କୁମାର ମାରାଣ୍ଡି ୩୦ ମିଟର୍ ଇଣ୍ଡିଆ ରାଉଣ୍ଡ, ଅଲମ୍ପିକ୍ ରାଉଣ୍ଡ ଓ ମିକ୍ସ ରାଉଣ୍ଡରେ ୩ ଟି ସ୍ବର୍ଣ୍ଣ ପଦକ ଏବଂ ଓଭରଅଲ୍ ୩୦ ଓ ୨୦ ମିଟରରେ ଗୋଟିଏ ରୌପ୍ୟ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଭୁବନେଶ୍ବର କିସ୍ ବିଦ୍ୟାଳୟର ରେଶମା ମଲ୍ଲିକ ୩୦ ମିଟର୍ ମିକ୍ସ ରାଉଣ୍ଡରେ ରୋହିତଙ୍କ ସହ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାର ସୁନୀତା ନାଏକ ୬୦ ମିଟର୍ ରିକର୍ଭ) ରାଉଣ୍ଡରେ ଗୋଟିଏ ରୌପ୍ୟ, ୬୦ ଇଣ୍ଡିଭିଜୁଆଲ୍ ରାଉଣ୍ଡରେ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ୬୦ ମିଟର୍ ରିକର୍ଭରାଉଣ୍ଡରେ କେନ୍ଦୁଝର ଜିଲ୍ଲାର ସାବିତ୍ରୀ ପାତ୍ର, ସୁନ୍ଦରଗଡ଼ ଜିଲ୍ଲାର ଟେନିସ୍ ମେହେର୍ ଏବଂ ଭୁବନେଶ୍ବରର ପାଂଖି ଭତ୍ରା ରୌପ୍ୟ ପଦକ ହାସଲ୍ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande