ଉପରାଷ୍ଟ୍ରପତିଙ୍କ ଆହ୍ୱାନ କ୍ରମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିଶା ମୁକ୍ତ ପରିସର ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ, 13 ଜାନୁଆରି (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶା–ମୁକ୍ତ ପରିସର ଅଭିଯାନ’ର ଶୁଭାରମ୍ଭ କରି ସାରା ଦେଶରେ ନିଶା–ମୁକ୍ତ ପରିସରର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ସୁସ୍ଥ, ନିଶା–ମୁକ୍ତ
ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, 13 ଜାନୁଆରି (ହି.ସ.)- ଉପରାଷ୍ଟ୍ରପତି

ସି. ପି. ରାଧାକୃଷ୍ଣନ ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶା–ମୁକ୍ତ ପରିସର ଅଭିଯାନ’ର ଶୁଭାରମ୍ଭ କରି ସାରା ଦେଶରେ ନିଶା–ମୁକ୍ତ ପରିସରର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ

ସୁସ୍ଥ,

ନିଶା–ମୁକ୍ତ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଯୁବଶକ୍ତି ହିଁ ବିକଶିତ ଓ

ଆତ୍ମନିର୍ଭର ଭାରତ ଗଢ଼ିବାର ଦୃଢ଼ ଭିତ୍ତି।

ଉପରାଷ୍ଟ୍ରପତି ନିଜ

ଭାଷଣରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାର କେନ୍ଦ୍ର ନୁହେଁ,

ବରଂ ମୂଲ୍ୟବୋଧ ଗଠନ, ନେତୃତ୍ୱ ବିକାଶ ଏବଂ ଦେଶର ଭବିଷ୍ୟତକୁ ଆକାର ଦେବାର ସଂସ୍ଥା। ସେ

ସତର୍କ କରାଇଛନ୍ତି ଯେ ନଶା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ,

ବରଂ ଏକ ଗମ୍ଭୀର ସାମାଜିକ ଚ୍ୟାଲେଞ୍ଜ,

ସାର୍ବଜନିକ ସ୍ୱାସ୍ଥ୍ୟ ସଙ୍କଟ ଏବଂ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଏକ

ଭୟଙ୍କର ଆପଦା, ଯାହାର

ସମ୍ପର୍କ ନାର୍କୋ–ଆତଙ୍କବାଦ

ସହିତ ମଧ୍ୟ ଜଡିତ।

ସେ ଯୁବମାନଙ୍କୁ ନିଶାରୁ

ଦୂରେ ରହି ଚରିତ୍ର, ଶିଷ୍ଟାଚାର ଓ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନକୁ ଆପଣାଇବା ପାଇଁ ଆହ୍ୱାନ କରିଛନ୍ତି। ସେ

କହିଛନ୍ତି ଯେ ନିଶା–ମୁକ୍ତ ଯୁବମାନେ ହିଁ ବିକଶିତ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିପାରିବେ।

ଉପରାଷ୍ଟ୍ରପତି

କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାନୁଷ୍ଠାନ ନୁହେଁ,

ବରଂ ସେମାନେ ଏମିତି କେନ୍ଦ୍ର ଯେଉଁଠାରେ ମୂଲ୍ୟବୋଧର ଗଠନ ହୁଏ,

ନେତୃତ୍ୱ ଗଢ଼ାଯାଏ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରିତ ହୁଏ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ଯେତେବେଳେ ନିଶା ବିରୋଧରେ କଠୋର

ଅଭିମୁଖ ଗ୍ରହଣ କରନ୍ତି, ସେତେବେଳେ ତାହା ସମଗ୍ର ସମାଜକୁ ଏକ ଶକ୍ତିଶାଳୀ ସନ୍ଦେଶ ପ୍ରେରଣ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande