
ବଲାଙ୍ଗିର, 13 ଜାନୁଆରି (ହି.ସ.)
ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଲୟରେ ପାଟଣାଗଡ଼ ସହର ପାଟଣାଗଡ଼ ଉପଖଣ୍ଡ ତଥା ପଡ଼ୋଶୀ ବ୍ଲକର ଜନସାଧାରଣ, ରୋଗୀ ମାନେ ନିର୍ଭର କରିଥାନ୍ତି | ବର୍ତମାନ ସେହି ଡାକ୍ତରଖାନା ନୁଆଁ ହେଇ ନିର୍ମାଣ ହୋଇଥିବା ବିଲଡିଂକୁ ଡାକ୍ତରଖାନା ସ୍ଥାନାନ୍ତର ହୋଇଛି ଏହାକୁ ଅଞ୍ଚଳବାସୀ ସ୍ୱାଗତ କରୁଛନ୍ତି କିନ୍ତୁ ପାଟଣାଗଡ଼ ସହର ଠାରୁ ଦୁଇ କିଲୋମିଟର ଦୂରତାରେ ନୁଆଁ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବାରୁ ପାଟଣାଗଡ଼ ସହରରେ ବସବାସ କରୁଥିବା କୋଡିଏ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି | ପୂର୍ବରୁ ସହରର ଜନସାଧାରଣ ପାଖରେ ଚିକିତ୍ସା ସୁବିଧା ପାଉଥିଲେ ବର୍ତମାନ ଜନସାଧାରଣଙ୍କୁ ଅଟୋ ଭଡ଼ାକରି ଖର୍ଚ୍ଚାନ୍ତ ହେଉଛନ୍ତି | ଏତେ ବଡ଼ ପୁରୁଣା ବିଲଡିଂକୁ ସମ୍ପୂର୍ଣ ବନ୍ଦ ନକରି ସହରର ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଓ. ପିଡ଼ି ଏବଂ ମେଡ଼ିସିନ ବିଭାଗ ଖୋଲିବାକୁ ଦାବୀ ହେଉଛି | ଆଜି ପାଟଣାଗଡ଼ ସହରର ଶତାଧିକ ମହିଳା ବାହାରି ପୁରୁଣା ଉପଖଣ୍ଡ ଚିକିତ୍ସାଲୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ପରେ ବିକ୍ଷୋଭ ସ୍ଥଳକୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଧିକାରୀ ସରୋଜ ରଞ୍ଜନ ସ୍ୱାଇଁ ପହଁଞ୍ଚି ଆନ୍ଦୋଳନକାରୀ ମାନଙ୍କଠାରୁ ଏକଦଫା ଦାବିପତ୍ର ଗ୍ରହଣ କରି ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ | ତିନି ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ପୁନର୍ବାର ଆସନ୍ତା ତା. 8/01/26 ଗୁରୁବାର ଦିନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି | ଆଜିର ଆନ୍ଦୋଳନରେ ଶେଷଦେବ ପୁଞ୍ଜି , କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ଉପଖଣ୍ଡ ସଭାପତି ଗିରିରାଜ ଭୋଇ, ସମ୍ପାଦକ ଜଗନ ମେହେର,ପ୍ରିୟା ବଗର୍ତ୍ତୀ, ତପସ୍ୱିନୀ ଜୁଏଡ଼,ଅନୁସୟା ପୋଡ଼, ମମତା ଭୋଇ,କ୍ଷୀର କରୁଆଁ,ରଶ୍ମିତା ଭଇଁସାଲ ପ୍ରମୁଖଙ୍କ ସହିତ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ