
ନୂଆଦିଲ୍ଲୀ, 13 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ମଙ୍ଗଳବାର କଠୋପନିଷଦର ପ୍ରସିଦ୍ଧ ସଂସ୍କୃତ ଶ୍ଲୋକ ଉଦ୍ଧୃତ କରି ଆତ୍ମଜାଗରଣ, ପରିଶ୍ରମ ଏବଂ ଲକ୍ଷ୍ୟ ପ୍ରତି ଅତୁଟ ରହିବାର ବାର୍ତ୍ତା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସପୋଷ୍ଟରେ ଏହି ଶ୍ଲୋକଟି ସେୟାର କରି କହିଛନ୍ତି ଯେ, “ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ନିବୋଧତ।
କ୍ଷୁରସ୍ୟ ଧାରା ନିଶିତା
ଦୁରତ୍ୟୟା
ଦୁର୍ଗଂ ପଥସ୍ତତ୍କବୟୋ
ବଦନ୍ତି॥”
ଏହି ଶ୍ଲୋକର ଅର୍ଥ ହେଉଛି— ଉଠ, ଜାଗ୍ରତ ହୁଏ ଓ ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଜ୍ଞାନ ଅର୍ଜନ କର। ଏହି ପଥ ସହଜ
ନୁହେଁ,
ବରଂ ଉସ୍ତାର ଧାର ପରି କଠିନ। କିନ୍ତୁ ଏହି କଠିନ ପଥରେ ଚାଲିଲେ ହିଁ
ସଫଳତା ଓ ଆତ୍ମବୋଧ ଲାଭ ହୁଏ।
ପ୍ରଧାନମନ୍ତ୍ରୀ ବିଶେଷକରି
ଯୁବମାନଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ଚ୍ୟାଲେଞ୍ଜକୁ ଦେଖି ଭୟଭୀତ ହେବେ ନାହିଁ, ବରଂ କଠିନ ପରିଶ୍ରମ, ଶିଷ୍ଟାଚାର ଓ ନିରନ୍ତର ପ୍ରୟାସ ମାଧ୍ୟମରେ ନିଜ ସ୍ୱପ୍ନକୁ ସାକାର
କରନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣରେ ଯୁବମାନଙ୍କର ଭୂମିକା ସର୍ବାଧିକ
ଗୁରୁତ୍ୱପୂର୍ଣ୍ଣ, ଏବଂ
ଏପରି ପ୍ରେରଣାଦାୟକ ଚିନ୍ତାଧାରା ସେମାନଙ୍କୁ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା